କେ.ଏଲ୍ ରାହୁଲଙ୍କୁ ଫିଟ୍ କହି ସିଲେକ୍ସନ କଲେ, ଏବେ ପୁଣି କ’ଣ ପାଇଁ ଦୁଇ ମ୍ୟାଚ୍ ଖେଳିବେନି? ଉଠିଲା ପ୍ରଶ୍ନ.. ହେଉଛି କି ରାଜନୀତି

ନୂଆଦିଲ୍ଲୀ: କେ.ଏଲ୍ ରାହୁଲ ଏସିଆ କପ୍ ୨୦୨୩ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ମ୍ୟାଚ୍ ଖେଳିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ରାହୁଲ ପାକିସ୍ତାନ ଏବଂ ନେପାଳ ବିପକ୍ଷ ମ୍ୟାଚରେ ଖେଳି ପାରିବେ ନାହିଁ। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ରାହୁଲଙ୍କ ବାଦ୍ ପଡ଼ିବା ବିଷୟରେ ସୂଚନା ଦେଇଛନ୍ତି । ଆହତ କାରଣରୁ କେଏଲ ରାହୁଲ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆ ବାହାରେ ଥିଲେ। କିନ୍ତୁ ପରେ ଫିଟ୍ ଘୋଷିତ ହେବା ପରେ ସେ ଏସିଆ କପ୍ ପାଇଁ ଦଳରେ ସାମିଲ ହୋଇଥିଲେ । ଏବେ ଖବର ଆସୁଛି ସେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ ।

ରାହୁଲ ଆଇପିଏଲ୍‌ ସମୟରେ ଆହତ ହୋଇଥିଲେ । ଏହାପରେ ସେ କୌଣସି ମ୍ୟାଚ୍ ଖେଳି ନାହାନ୍ତି । ଡାକ୍ତରଖାନାରୁ ଫେରିବା ପରେ ରାହୁଲ ଫିଟ୍ ହେବା ପାଇଁ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ପହଞ୍ଚିଥିଲେ । ଏଠାରେ ସେ ପ୍ରତ୍ୟାବର୍ତ୍ତନ ପାଇଁ କଠିନ ପରିଶ୍ରମ କରିଥିଲେ । ଏହି ସମୟରେ ଭାରତ ଏସିଆ କପ୍ ପାଇଁ ଦଳ ଘୋଷଣା କରିଥିଲା ଏବଂ ରାହୁଲଙ୍କୁ ମଧ୍ୟ ସାମିଲ କରାଯାଇଥିଲା ।

କିନ୍ତୁ ରାହୁଲଙ୍କ ଫିଟନେସ ଉପରେ ଏବେ ପ୍ରଶ୍ନ ଉଠିଛି । ଯଦି ସେ ଫିଟ୍ ନଥିଲେ, ତାଙ୍କୁ କଣ ପାଇଁ ସିଲେଲକ୍ସନ କରାଗଲା । ତେବେ କୋଚ୍ ଦ୍ରାବିଡ କହିଛନ୍ତି ଯେ ରାହୁଲ ବହୁତ ଭଲ ଅଗ୍ରଗତି କରିଛନ୍ତି । ଆଇସିସି ସୂଚନା ଅନୁଯାୟୀ ରାହୁଲ ଟିମ୍ ସହିତ ଶ୍ରୀଲଙ୍କା ଯିବେ ନାହିଁ । ସେ ଏବେ ମଧ୍ୟ ଏନ୍‌ସିଏରେ ରହିବେ ଏବଂ ସେପ୍ଟେମ୍ବର୪ ତାରିଖରେ ଭାରତୀୟ ଟିମ୍ ସହିତ ସୁପର ୪ ମ୍ୟାଚ୍ ପାଇଁ ଯୋଗ ଦେବେ ।