fbpx

ଏହି ଗଛକୁ କାଟିଲେ ବାହାରେ ରକ୍ତ! ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଆଜିର ସମୟରେ ଗଛ କାଟିବା କେତେ ହାନିକାରକ ତାହା ଆମେ ସମସ୍ତେ ଜାଣୁ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଯେ ଏମିତି ଏକ ଗଛ ରହିଛି ଯାହାକୁ କାଟିଲେ ସେଥିରୁ ରକ୍ତ ବାହାରେ! ହଁ, ଆଜ୍ଞା ଏଭଳି ଏକ ଗଛ ରହିଛି ଯାହାକୁ କାଟିଲେ ଏଥିରୁ ରକ୍ତ ବାହାରେ ।

ୟେମେନରେ ଏହି ଗଛ ଦେଖିବାକୁ ମିଳେ  । ସାଧାରଣତଃ ଗଛକୁ କାଟିଲେ ଏଥିରୁ ସ୍ପଚ୍ଛ କିମ୍ବା ଧଳା ପଦାର୍ଥ ବାହାରିଥାଏ । କିନ୍ତୁ ଏହା ଏପରି ଏକ ଗଛ ଯାହାକୁ କାଟିଲେ ମଣିଷ ରକ୍ତ ପରି ଏହି ଗଛରୁ ଏକ ଲାଲ୍ ତରଳ ପଦାର୍ଥ ବାହାରିଥାଏ । ଯାହାକୁ ଦେଖି କୁହାଯାଏ ଯେ ସତେ ଯେପରି ରକ୍ତର ଲୁହ ଝରାଉଛି ଏହି ଗଛ ।

ଏହି ବିଶେଷ ବୃକ୍ଷର ନାମ ହେଉଛି ଡ୍ରାଗନ୍ ବ୍ଲଡ୍ ଟ୍ରି  । ଗରମ ତାପମାତ୍ରାରେ ମଧ୍ୟ  ଏହି ବୃକ୍ଷ ବଢ଼ିଥାଏ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହା ୬୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ । ଏହାର ଆକୃତି ଏକ ଛତା ପରି । ଏହାକୁ କାଟିଲେ ଲାଲ ରଙ୍ଗର ପଦାର୍ଥ ବାହାରୁଥିବାର ଏହାର ନାମ ଡ୍ରାଗନ ବ୍ଲଡ ଟି ହୋଇଛି ।

ସ୍ଥାନୀୟ ଲୋକଙ୍କ ଏହାକୁ ନେଇ ଅନେକ ମାନ୍ୟତା ମଧ୍ୟ ରହିଛି । ଏଥିରୁ ବାହାରୁଥିବା ଲାଲ୍ ପଦାର୍ଥ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ ରହିଛି । ଏହି ଲାଲ ପଦାର୍ଥକୁ ଔଷଧ ଭାବରେ ବ୍ୟବହାର କରାଯାଏ ଯାହାଦ୍ୱାରା ଜ୍ୱର ଏବଂ ଅଲସର ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.