କୋଡିପେଣ୍ଡେନ୍ସି ଶବ୍ଦର ଅର୍ଥ ହେଉଛି ଦୁଇ ଜଣ ପରସ୍ପର ଉପରେ ନିର୍ଭର କରନ୍ତି । ସମ୍ପର୍କରେ ଏହି ଶବ୍ଦର ବ୍ୟବହାର ଆପଣ ପ୍ରାୟତଃ ଶୁଣିଥିବେ । ଜଣେ ବ୍ୟକ୍ତି ନିଜ ଜୀବନରେ ଅନେକ ସମ୍ପର୍କ ସ୍ଥାପନ କରେ ଏବଂ ସେହି ସମ୍ପର୍କଗୁଡିକର ସାହାଯ୍ୟରେ କିମ୍ବା ସେହି ସମ୍ପର୍କଗୁଡିକର ଆଖପାଖରେ ତାଙ୍କର ଦୈନନ୍ଦିନ ଜୀବନ ଚାଲିଥାଏ । କିନ୍ତୁ କୋଡିପେଣ୍ଡେଣ୍ଟ ସମ୍ପର୍କଗୁଡିକ ଅଲଗା ଏବଂ ନକାରାତ୍ମକ ହୋଇଥାଏ, କାରଣ କୋଡିପେଣ୍ଡଣ୍ଟ ରିଲେସନସିପରେ କେବଳ ଜଣେ ବ୍ୟକ୍ତି ନିଜ ପାର୍ଟନର ମଧ୍ୟରେ ସମଗ୍ର ଦୁନିଆ ଦେଖିବା ଆରମ୍ଭ କରନ୍ତି, ଅର୍ଥାତ୍ ସେ ଶୋଇବା ଏବଂ ଉଠିବା ସମୟରେ କେବଳ ସେହି ବ୍ୟକ୍ତି ଏବଂ ତାଙ୍କର ଆବଶ୍ୟକତା ବିଷୟରେ ଚିନ୍ତା କରନ୍ତି ।
କୋଡପେଣ୍ଡେଣ୍ଟ ପାର୍ଟନର ନିଜର ମୂଲ୍ୟବୋଧ, ଆତ୍ମ ସମ୍ମାନ ଏବଂ ଇଚ୍ଛାକୁ ସଂପୂର୍ଣ୍ଣ ଭୁଲିଯାଏ ଏବଂ ନିଜ ସାଥୀ ପାଇଁ ବଞ୍ଚିବା ଆରମ୍ଭ କରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଏକ ମାନସିକ ଅବସ୍ଥା, ଯାହା ବ୍ୟକ୍ତିଙ୍କ ଜୀବନରେ ଘଟିଥିବା ଘଟଣାଗୁଡ଼ିକ ଉପରେ ଗଭୀର ପ୍ରଭାବ ପକାଇପାରେ । କୋଡପେଣ୍ଡେନ୍ସିର ଲକ୍ଷଣ ଏବଂ କିପରି କୋଡପେଣ୍ଡେଣ୍ଟ ସମ୍ପର୍କକୁ ସନ୍ତୁଳିତ କରିବା ବିଷୟରେ ଆସନ୍ତୁ ଜାଣିବା ।
Co-dependent Relationshipର ଲକ୍ଷଣ :-
-ମେଡିକାଲ୍ ନ୍ୟୁଜ୍ ଟୁଡେ ଡଟ୍ କମ୍ ଅନୁଯାୟୀ, ସମ୍ପର୍କର ସାଥୀ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ କିମ୍ବା ବ୍ୟକ୍ତିଙ୍କ ସହ ସମୟ ବିତାଇବାରେ ଅସଫଳ ଏବଂ ସବୁବେଳେ ଦୁଃଖିତ ଏବଂ ନିରାଶ ହେବା ।
-ନିଜ ସାଥୀଙ୍କ ସମସ୍ତ ଭୁଲକୁ ସହ୍ୟ କରିବା ଏବଂ ସେଗୁଡ଼ିକ ବିଷୟରେ ଜାଣିବା ପରେ ବି ସମ୍ପର୍କରେ ରହିବା ।
-ନଚାହିଁ ମଧ୍ୟ ନିଜ ପାର୍ଟନରର ସମସ୍ତ ଠିକ୍ ଓ ଭୁଲ ଇଚ୍ଛା ପୂରଣ କରିବା ଓ ତାଙ୍କ ହିସାବରେ ରହିବା ।
– ସବୁ ସମୟରେ କେବଳ ପାର୍ଟନର ଓ ରିଲେସନସିପ୍ ବିଷୟରେ ଭାବିବା । ସବୁ ସମୟରେ ଡିପ୍ରେସନ ଓ ଚିନ୍ତାରେ ରହିବା । ନିଜ ପାର୍ଟନରକୁ ଖୁସି କରିବାକୁ ପ୍ରୟାସ ।
ନିଜର ସବୁ କାମ ଛାଡ଼ି ନିଜ ପାର୍ଟନର ଓ ରିଲେସନସିପ ବିଷୟରେ ଭାବିବା ଓ ତାଙ୍କ ପାଇଁ କାମ କରିବା ।
-ନିଜ ବିଷୟରେ ଚିନ୍ତା ନକରିବା ଏବଂ ନିଜ ଲାଇଫ୍ ବିଷୟରେ ଚିନ୍ତା କଲେ ଦୋଷୀ ଅନୁଭବ କରିବା ।
– ମନରୁ ଚିନ୍ତା ନକରିବା ଓ ବିନା ବୁଝିବୁଚାରି ନିଜ ପାର୍ଟନରର ସମସ୍ତ ଇଛା ପୂରଣ କରିବା ।
Co-dependent Relationshipକୁ କିପରି କରିବେ ବାଲାନ୍ସ ?
– କୋଡିପେଣ୍ଡେଣ୍ଟ ରିଲେସନସିପରେ ପରସ୍ପରଠାରୁ ଅଲଗା ହେବା ଏବଂ ରିଲେସନସିପରୁ ଦୂରେଇ ରହିବା ପାଇଁ ଛୋଟ ଷ୍ଟେପ ନେବା ଆବଶ୍ୟକ । ଏପରି କରିବା ପାଇଁ ଆପଣ ନିଜ ମନ ପସନ୍ଦର କାମ କରି ସମୟ ବିତାଇ ପାରିବେ ।
– ଜଣେ କୋଡିପେଣ୍ଡେଣ୍ଟ ବ୍ୟକ୍ତି ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସର୍ବାଧିକ ସମୟ ବିତାଇବା ଉଚିତ୍ ।
– କୋଡପେଣ୍ଡେଣ୍ଟ ସଂପର୍କରେ ଅନ୍ୟ ସାଥୀଙ୍କୁ କୋଡପେଣ୍ଡେଣ୍ଟ ପାର୍ଟନରଙ୍କର ପାଇଁ କୌଣସି ସାହାଯ୍ୟ କିମ୍ବା ବଳିଦାନ ଦେବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଆପଣ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ।
– ଗୋଷ୍ଠୀ ଏବଂ ବ୍ୟକ୍ତିଗତ ଥେରାପି କୋଡପେଣ୍ଡେଣ୍ଟ ସମ୍ପର୍କରେ ବହୁତ ଲାଭଦାୟକ । ସେଥିପାଇଁ ଆପଣ ଜଣେ ବୃତ୍ତିଗତଙ୍କଠାରୁ ସାହାଯ୍ୟ ନେଇପାରିବ । ଏପରି କରିବା କୋଡିପେଣ୍ଡେଣ୍ଟ ରିଲେସନସିପକୁ ସହଜରେ ବାଲାନ୍ସ କରାଯାଇପାରିବ ।