fbpx

ଋଷ ବ୍ରହ୍ମାସ୍ତ୍ର ପ୍ରୟୋଗ ପରେ ୟୁକ୍ରେନରେ ଆତଙ୍କ: ଜାଣନ୍ତୁ କେତେ ମାରାତ୍ମକ ଏହି ମିସାଇଲ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ପୁଣି ଉଗ୍ର ରୂପ ନେଇଛି । କିନ୍ତୁ ଏଥର ଋଷ ଆପଣାଇଛି ଭୟଙ୍କର ଅବତାର । ସୁପରସୋନିକ ମିସାଇଲ ସହ ୟୁକ୍ରେନ ଉପରେ କରୁଛି ଜୋରଦାର ଆଟାକ୍ । ଏହାମଧ୍ୟରେ ଋଷ ୟୁକ୍ରେନ ଉପରେ ନିଜର ବ୍ରହ୍ମାସ୍ତ୍ର ପ୍ରୟୋଗ କରିଛି । ଯାହା ଫଳରେ ୟୁକ୍ରେନର ବିଭିନ୍ନ ସହରରେ ଅନ୍ଧକାର ଖେଳିଯାଇଛି । ଏହାସହିତ ଜାପୋରିଝିୟାରେ ୟୁକ୍ରେନର ପାୱାର ପ୍ଲାଣ୍ଟରେ ମଧ୍ୟ ବିଜୁଳି କଟିଯାଇଛି । ଶବ୍ଦରୁ ବି ଅଧିକ ବେଗରେ ଗତି କରୁଥିବା ଏହି ମିସାଇଲ ଅଭେଦ୍ୟ ବୋଲି କହିଛି ୟୁକ୍ରେନ ସେନା ।

ଋଷ ମୋଟ ୬ଟି ହାଇପରସୋନିକ କିଞ୍ଝଲ ମିସାଇଲ ଆକ୍ରମଣ କରିଥିବା ୟୁକ୍ରେନ ସେନା ସୂଚନା ଦେଇଛି । କୁହାଯାଉଛି ଯେ, ଏହି ମିସାଇଲ ଶବ୍ଦଠାରୁ ଆହୁରି ୫ ଗୁଣ ଅଧିକ ବେଗରେ ଗତି କରିପାରେ । ଏହାର ବେଗ ଘଣ୍ଟା ପ୍ରତି ପ୍ରାୟ ୬,୨୦୦ କିଲୋମିଟର ହୋଇଥିବା ବେଳେ କୌଣସି ବି ଆଡଭାନ୍ସ ରାଡର ସିଷ୍ଟମ ଜରିଆରେ ଏହା ଉପରେ ନଜର ରଖାଯାଇପାରେ । ତେବେ ଏହା ଭିତରେ ମଧ୍ୟ ୨ଟି ପ୍ରକାରର ମିସାଇଲ ରହିଛି । ପ୍ରଥମ ହାଇପରସୋନିକ ଗ୍ଲାଇଡ ଭିକଲ, ଯାହା ସ୍ଥଳ ଭାଗରେ ମାଡ କରିଥାଏ । ତେବେ ଦ୍ୱିତୀୟ ମିସାଇଲକୁ କ୍ରୁଜ ମିସାଇଲ କୁହାଯାଇଛି । ଏହି ମିସାଇଲ ସାମାନ୍ୟ ତଳେ ଉଡିଥାଏ, କିନ୍ତୁ ଏହାର ବେଗ ଖୁବ ଅଧିକ ରହିଥାଏ । ତେଣୁ ଶତ୍ରୁ ରାଷ୍ଟ୍ର ଏହାକୁ ରୋକିବା ପାଇଁ ଅଧିକ ସମୟ ପାଇ ନଥାଏ ।

କିଞ୍ଝାଲ ମିସାଇଲ ଏକ ଏୟାର-ଲଞ୍ଚ ମିସାଇଲ ହୋଇଥିବା ବେଳେ ଏହାଦ୍ୱାରା ପରମାଣୁ ଏବଂ ପରମ୍ପରାଗତ ଅସ୍ତ୍ରଶସ୍ତ୍ର ନେଇ ଯିବା ପାଇଁ ସକ୍ଷମ ହୋଇଥାଏ । ଏହା ୪୮୦ କିଲୋ ଓଜନ ନେଇ ୧୫୦୦-୨୦୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଉଡିପାରେ । ତେବେ ଏହା ହେଉଛି ମିସାଇଲର ସାମାନ୍ୟ ଗତି, କିନ୍ତୁ ଏହି ଗତିକୁ ୧୨ ହଜାର କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ତେବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ମିସାଇଲ ମାମଲାରେ ଋଷ ଖୁବ ଆଗରେ ରହିଛି । ଏହାପରେ ଋଷ କହିଛି ଯେ,ଏହି ମିସାଇଲ ସ୍ପିଡକୁ ଟ୍ରାକ କରିବା ସମ୍ଭବ ନୁହେଁ ।

Get real time updates directly on you device, subscribe now.