fbpx

ଗୋଟିଏ ଫିଲ୍ମ ପାଇଁ ଏତିକି କୋଟି ଟଙ୍କା ନିଅନ୍ତି କଟ୍ରିନା, ଜାଣନ୍ତୁ ବଲିଉଡର ବାର୍ବିଡଲଙ୍କ ଇନକମ୍ ବିଷୟରେ…

ମୁମ୍ବାଇ: ଏବେ ସବୁଠି ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍ ର ବାର୍ବିଡଲ୍ କଟ୍ରିନା କୈଫ୍ । ରିଲ୍ ଲାଇଫ୍ ଠାରୁ ନେଇ ରିୟଲ୍ ଲାଇଫ୍, ସବୁଠାରେ ସେ ଏବେ ପାଲଟିଛନ୍ତି ହଟ୍ ଟପିକ୍ । ନିକଟରେ ତାଙ୍କର ଫିଲ୍ମ ସୂର୍ଯ୍ୟବଂଶୀ ଧମାକାଦାର ଓପେନିଂ କରିଛି । ଫିଲ୍ମଟି ଖୁବ୍ ଶୀଘ୍ର ୧୫୦ କୋଟିର କଲେକ୍ସନ୍ ପାର୍ କରିବ । ବର୍ଷ ସରିବା ପୂର୍ବରୁ ହିଁ କଟ୍ରିନାଙ୍କ ଫିଲ୍ମ ସୁପରହିଟ୍ ହୋଇଯାଇଛି । ତେଣୁ ସେ ଓ ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ଖୁସି ।

କଟ୍ରିନାଙ୍କ କ୍ୟାରିୟର୍ କଥା ଯଦି କହିବା ତେବେ ସେ ବଲିଉଡ୍ ର ଜଣେ ସଫଳ ଅଭିନେତ୍ରୀ । ମାତ୍ର କେଇଟା ବର୍ଷ ମଧ୍ୟରେ ସେ ନିଜ ପାଇଁ ବଲିଉଡ୍ ରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ତେଣୁ ଆଜିକା ସମୟରେ ବଡ଼ ବଡ଼ ଷ୍ଟାର୍ ତାଙ୍କ ସହିତ କାମ କରିବା ପାଇଁ ଖୁବ୍ ଏକ୍ସାଇଟେଡ୍ ରହିଛନ୍ତି । ସେ ନିଜ ଲାଇଫଷ୍ଟାଇଲ୍ ଠାରୁ ଆରମ୍ଭ କରି ଫିଟନେସ୍ ସବୁକିଛି ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ଏପରିକି ଅନ୍ୟ ସେଲେବ୍ ମାନେ ମଧ୍ୟକ କଟ୍ରିନାଙ୍କ ଫିଟନେସ୍ କୁ ତାରିଫ୍ କରିଥାନ୍ତି ।

କଟ୍ରିନା ୨୦୦୩ ରେ ଫିଲ୍ମ ବୁମ୍ ଜରିଆରେ ବଲିଉଡ୍ ରେ ଡେବ୍ୟୁ କରିଥିଲେ । ସେ ଏପର୍ଯ୍ୟନ୍ତ ୪୦ରୁ ଅଧିକ ଫିଲ୍ମ କରିସାରିଲେଣି । ଲଣ୍ଡନରେ ରହୁଥିବା କଟ୍ରିନାଙ୍କ ଯାତ୍ରା ବଲିଉଡ୍ ରେ ଖୁବ୍ ସଂଘର୍ଷମୟ ଥିଲା । ସେ ଳଣ୍ଡନରୁ ଆସିବା ପରେ ନିଜର ଭାଷା ଓ ବ୍ୟକ୍ତିତ୍ୱ ଉପରେ ଖୁବ୍ ଫୋକସ୍ କରିଥିଲେ । ନିଜ ପରିଶ୍ରମ ବଳରେ ଆଜି ତାଙ୍କର ନେଟ୍ ୱର୍ଥ ୨୨୪ କୋଟି ଟଙ୍କା । ରିପୋର୍ଟ ଅନୁସାରେ, କଟ୍ରିନା ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୧୧ କୋଟି ଟଙ୍କା ଚାର୍ଜ କରନ୍ତି । ସେହିପରି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଫିସ୍ ହେଉଛି ୬ରୁ ୭ କୋଟି ଟଙ୍କା ।

ହେଲେ ସବୁଠାରୁ ଅଜବ କଥା ହେଉଛି ଯେ, ସେ ଏତେ ଟଙ୍କା ରୋଜଗାର କରୁଥିଲେ ସୁଦ୍ଧା ଅର୍ଥାତ୍ ସେ ୨୨୪ କୋଟିର ମାଲିକାଣୀ ହୋଇ ମଧ୍ୟ ଏତେ ବର୍ଷ ମଧ୍ୟରେ ମୁମ୍ବାଇରେ ନିଜର ଘର ନେଇନାହାନ୍ତି । ଏବେ ବି ସେ ମୁମ୍ବାଇରେ ଭଡ଼ା ଦେଶ ଆପାର୍ଟମେଣ୍ଟରେ ରହୁଛନ୍ତି ।

Get real time updates directly on you device, subscribe now.