fbpx

ଜାଣନ୍ତୁ କରୋନା ଟିକା ପାଇଁ କେମିତି କରିବେ ପଞ୍ଜିକରଣ, କଣ ରହିଛି ନିୟମ

ନୂଆଦିଲ୍ଲୀ, ୩ା୧: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସରକାର ୩ଟି ପର୍ଯ୍ୟାୟରେ ଦେଶବାସୀଙ୍କୁ ଟିକା ପ୍ରଦାନ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ‘କୋ ୱିନ’ ନାମକ ଏକ ଆପ ନିର୍ମାଣ କରାଯାଇଛି । ଏହି ଆପ ମାଧ୍ୟମରେ ପଞ୍ଜୀକରଣ କନଫରମେସନ ହେବା ପରେ ଟିକାଦାତାମାନେ ଆପଣଙ୍କ ନିକଟରେ ପହଞ୍ଚିବେ । ତେବେ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ । ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲ ପ୍ଲେ ଷ୍ଟୋରକୁ ଯାଇ ଏହି ଆପ ଡାଉନଲୋଡ କରିପାରିବେ । ପ୍ରଥମେ ପଞ୍ଜୀକୃତ ହୋଇଥିବା ବ୍ୟକ୍ତିଙ୍କୁ ଶୀଘ୍ର ଟିକା ମିଳିବ ।

ଏହି ଆପ ଏବେ ଲଞ୍ଚ ହୋଇନାହିଁ । ଏଥିରେ ପଞ୍ଜୀକୃତ ହେବା ପାଇଁ ଭୋଟ ପରିଚୟ ପତ୍ର, ଡିଏଲ କିମ୍ବା ପାସପୋର୍ଟ ଯେକୌଣସି ଗୋଟିଏ ପରିଚୟ ପତ୍ର ଆବଶ୍ୟକ । ରେଜିଷ୍ଟ୍ରେସନ ପରେ ଭେକସିଏସନ ପାଇଁ ସ୍ଥାନ, ତାରିଖ ଓ ସମୟ ମେସେଜ ମାଧ୍ୟମରେ ଆସିଯିବ ।

Get real time updates directly on you device, subscribe now.