LinkedIn ୟୁଜ୍ କରୁଥିଲେ ହୋଇଯାଆନ୍ତୁ ସାବଧାନ! ହ୍ୟାକର୍ସଙ୍କ ଟାର୍ଗେଟରେ ରହିଛନ୍ତି ଆପଣ, ଜାଣନ୍ତୁ କେମିତି ରହିବେ ସୁରକ୍ଷିତ
ନୂଆଦିଲ୍ଲୀ: ପ୍ରୋଫେସନାଲ ନେଟୱର୍କିଂ ପ୍ଲାଟଫର୍ମ ଲିଙ୍କଇନ୍ ର ଲୋକପ୍ରିୟତାର ଫାଇଦା ସାଇବର ଅପରାଧୀ ମଧ୍ୟ ଉଠାଉଛନ୍ତି । ସାଇବର କ୍ରିମିନାଲମାନେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ସେମାନଙ୍କୁ ଅନେକ ପ୍ରକାରରେ ଟାର୍ଗେଟ କରିବାକୁ ଚେଷ୍ଟା କରିଥାନ୍ତି । ଏହି କାରଣରୁ ଏହା ହ୍ୟାକର୍ସଙ୍କ ପାଇଁ ଟପ୍ ବ୍ରାଣ୍ଡ୍ ପାଲଟିଛି ଯାହା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଫିସିଙ୍ଗ ଆଟାକ୍ ଜରିଆରେ ଚୋରି କରିଥାଏ ।
ଏହାକୁ ନେଇ ଚେକ୍ ପଏଣ୍ଟ ରିସର୍ଚ୍ଚର ଏକ ରିପୋର୍ଟରେ କୁହାଯାଇଛି ଯେ ୪୫ ପ୍ରତିଶତ ଆଟାକ୍ ସହ ଫିସିଙ୍ଗ୍ ଆଟାକ୍ ମାମଲାରେ ଲିଙ୍କଇନ ଏହି ବର୍ଷ ଦ୍ୱିତୀୟ ତ୍ରୈମାସିକରେ ପ୍ରଥମ ନମ୍ବରରେ ରହିିଛି । ସେହିପରି ଫିସିଙ୍ଗରେ ଆଟାକରେ ଲିଙ୍କଇନର ପ୍ୟାରେଣ୍ଟ କମ୍ପାନୀ ମାଇକ୍ରୋସଫ୍ଟ ଦ୍ୱିତୀୟ ନମ୍ବରରେ ରହିଛି, ମାଇକ୍ରୋସଫ୍ଟ ଉପରେ ୧୩ ପ୍ରତଶତ ଫିସିଙ୍ଗ୍ ଆଟାକ୍ ହୋଇଛି । ଏହାପରେ ୧୨ ପ୍ରତିଶତ ସହ ଡିଏଚଏଲ ତୃତୀୟ ନମ୍ବରରେ, ଟପ୍ ୧୦ ମଧ୍ୟରେ ଆଦିଦାସ, ଆଡୋବି, ଏବଂ ଏଚଏସବିସି ମଧ୍ୟ ସାମିଲ ଅଛନ୍ତି ।
ଚେକ୍ ପଏଣ୍ଟ ସଫ୍ଟଓୟାରର ଡାଟା ରିସର୍ଚ୍ଚ ଗ୍ରୁପ୍ ମ୍ୟାନେଜର ଓମର ଡେମବିନସ୍କାଏ କହିଛନ୍ତି ଯେ ଫିସିଙ୍ଗ ଇମେଲ୍ସ ହ୍ୟାକର୍ସ ଏକ ଜରୁରୀ ଟୁଲ୍ ହୋଇଯାଇଛି । ଏହାଦ୍ୱାର କମ୍ ଖର୍ଚ୍ଚରେ ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ହ୍ୟାକର୍ସ ଟାର୍ଗେଟ କରିଥାନ୍ତି । ଏହି ସାଇବର ଅପରାଧୀମାନେ ଲିଙ୍କଇନ ବ୍ରାଣ୍ଡର ଭରଷାର ଫାଇଦା ଉଠାଇ ୟୁଜର୍ସଙ୍କୁ ସିକ୍ୟୁରିଟିକୁ ନେଇ ନେଇ ଭୁଲ୍ ତଥ୍ୟ ଦେଇଥାନ୍ତି । ଏହା ପରେ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିବାକୁ ଚେଷ୍ଟା କରିଥାନ୍ତି ।
ରିସର୍ଚ୍ଚର ଆହୁରି କହିଛନ୍ତି ଯେ ମାଇକ୍ରୋସଫ୍ଟ ସମ୍ବନ୍ଧୀୟ ସ୍କାମ୍ ଦ୍ରୃତ ଭାବରେ ବଢ଼ୁଛି ଯାହା ବେଶ୍ ବିପଦଜ୍ଜନକ । ଏହା ବ୍ୟକ୍ତିଙ୍କ ସହ ତାଙ୍କ ସହ ଜଡ଼ିତ ସଂସ୍ଥା ପାଇଁ ମଧ୍ୟ ବିପଦପୂର୍ଣ୍ଣ ହୋଇଥାଏ । କାରଣ ଯେମିତି ହ୍ୟାକରଙ୍କ ପାଖରେ ଲଗଇନ ଆଇଡି ପହଞ୍ଚେ ସେମାନେ ଅନ୍ୟ ତଥ୍ୟ ଚୋରି କରିବାରେ ସକ୍ଷମ ହୋଇଥାନ୍ତି । ଏହି ସ୍କାମରେ ପ୍ରଥମେ ଲିଙ୍କଇନ ଭଳି ଦେଖାଯାଉଥିବା ସ୍କାମ ମେଲ୍ ଆସିଥାଏ । ଏହି ଇମେଲ କମ୍ପାନୀର ଆଡ୍ରେସରୁ ଆସିଥାଏ । କିନ୍ତୁ ୟୁଜର ଏଭଳି ଲିଙ୍କ ଉପରେ କ୍ଲିକ୍ କରି ନିଜର ବ୍ୟକ୍ତିଗତ ତଥ୍ୟ ଶେୟାର କରିଦେଇଥାନ୍ତି । ଏଭଳି ଇମେଲ ଠାରୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି ।