ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୌଣସି ଚାଷୀ ଭାଇଙ୍କ ପାଇଁ ସବୁଠାରୁ ଚିନ୍ତାର କାରଣ ହେଉଛି ଫସଲକୁ ସୁରକ୍ଷା କରିବା । ଅଧିକାଂଶ ସମୟରେ ଏଭଳି ଖବର ଆସିଥାଏ ଯେ ଉପଯୁକ୍ତ ସଂରକ୍ଷଣ ଅଭାବରୁ ଚାଷୀଙ୍କ ଫସଲ ନଷ୍ଟ ହେଉଛି । ଏମିତିରେ ଆଜି ଆମେ ଆପଣଙ୍କୁ ଫସଲ ସଂରକ୍ଷଣର କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଅତ୍ୟଧିକ ଲାଭ ଦେଇପାରିବ ।
ଫସଲ ସଂରକ୍ଷଣ:
-ଉତ୍ପାଦନକୁ ଭଲ ଭାବରେ ସଫା କରନ୍ତୁ ଏବଂ ଅଲଗା କରି ରଖନ୍ତୁ ।
– ୬-୧୨ ମାସ ପର୍ଯ୍ୟନ୍ତ ବିହନକୁ ସୁରକ୍ଷିତ କରି ରଖିବା ପାଇଁ ଆର୍ଦ୍ରତା ସ୍ତର ୧୦-୧୨% ଏବଂ ତୈଳବୀଜ ଜାତୀୟ ବିହନକୁ ସଂରକ୍ଷିତ କରିବା ପାଇଁ ଆର୍ଦ୍ରତା ୭-୯% ହେବା ଦରକାର ।
-ସଂରକ୍ଷଣ ଗୃହକୁ ଠିକ୍ ଭାବରେ ମରାମତି, ସଫା ଏବଂ ଜୀବାଣୁମୁକ୍ତ ରଖିବା ଦରକାର ।
-ଘର କିମ୍ବା ଦୋକାନର ସବୁଠୁ ଥଣ୍ଡା ସ୍ଥାନରେ ସଂରକ୍ଷଣ ଗୃହ ତିଆରି କରିବା ଆବଶ୍ୟକ ।
ସଂରକ୍ଷଣ ସୁବିଧାର ଆବଶ୍ୟକତା:
ଭୂମିର ଆର୍ଦ୍ରତା, ବର୍ଷା, ପୋକ, ପକ୍ଷୀ ଆଦି ଠାରୁ ଯଥାସମ୍ଭବ ସୁରକ୍ଷା କରିବା ଦରକାର । ଫସଲକୁ ନିରୀକ୍ଷଣ, ଶୋଧନ, ଲୋଡିଂ, ଅନଲଲୋଡିଂ, ସଫେଇ ଏବଂ ମରାମତି ପାଇଁ ଆବ୍ୟଶ୍ୟକୀୟ ସୁବିଧା ପ୍ରଦାନ କରିବାକୁ ହେବ । ବିହନକୁ ଅତ୍ୟଧିକ ଆର୍ଦ୍ରତା ଏବଂ ତାପମାତ୍ରାରୁ ରକ୍ଷା କରିବା ଦରକାର ।
ତେବେ ଆସନ୍ତୁ ଜାଣିବା କେଉଁ ୨ ଉପାୟରେ ସଂରକ୍ଷଣ କରିବେ ଫସଲ:
୧. ଖୋଲା ଭାବରେ ସଂଗୃହୀତ କରି ରଖିବା
ଏଭଳି କରିବା ଦ୍ୱାରା ଗୋଟିଏ ଗୃହରେ ଅଧିକ ମାତ୍ରାରେ ଖାଦ୍ୟ ବିହନକୁ ସଂରକ୍ଷିତ କରାଯାଇପାରିବ ।
ଏଥିରେ ଖାଦ୍ୟର ଲୋଡିଂ ଏବଂ ଅନଲୋଡିଂରେ ଅସୁବିଧା ହୋଇନଥାଏ ।
ସଂରକ୍ଷଣରେ କଣ୍ଟେନରର ଆବଶ୍ୟକତା ପଡ଼ିନଥାଏ
ଫସଲ ସଂରକ୍ଷଣର ଏହି ଉପାୟ ଆପଣାଇ ଶ୍ରମ ଏବଂ ସମୟ ବଞ୍ଚାଇହେବ ।
୨. ବ୍ୟାଗ ସଂରକ୍ଷଣ:
ବ୍ୟାଗ ସଂରକ୍ଷଣ ଦ୍ୱାରା କୃଷି ଉତ୍ପାଦକୁ ଝୋଟ ଦ୍ୱାର ନିର୍ମିତ ଅଖାରେ ସଂରକ୍ଷଣ କରିପାରିବେ
ପ୍ରତ୍ୟେକ ବ୍ୟାଗରେ ଏକ ନିର୍ଦ୍ଦିଷ୍ଟ ମାତ୍ରା ରହିଥାଏ ଫଳରେ ବିନା କଷ୍ଟରେ କିଣା ବିକା କରାଯାଇପାରିବ
ବ୍ୟାଗକୁ ଲୋଡ କିମ୍ବା ଅନଲୋଡ କରିବା ସହଜ ହୋଇଥାଏ ।
ସଂକ୍ରମିତ କିମ୍ବା ଖରାପ ହୋଇଯାଇଥିବା ସହଜରେ ଅଲଗା କରାଯାଇପାରିବ
ବ୍ୟାଗ ସଂରକ୍ଷଣରେ ପୋକ ହେବାର ସମ୍ଭାବନା କମ୍ ଥାଏ ।