ଓଡିଶା ଭାସ୍କର: ଦିନକୁ ଦିନ ଯୁଗ ଯେତିକି ଆଧୁନିକ ହେଉଛି ସେତିକି ସେତିକି ଆମ ଜୀବନଶୈଳୀ ବି ସହଜ ହେଉଛି। କାରଣ କମ୍ ସମୟରେ ଅନେକ କିଛି କରିବାର ସକ୍ଷମତା ରଖିଛି ଆଜିର ଟେକ୍ନୋଲୋଜି। ଅଧିକାଂଶ କାମ ଏବେ ଏହି ଟେକ୍ନୋଲୋଜି ଜରିଆରେ ହେଉଛି। ଯେଉଁଥିପାଇଁ ଇଣ୍ଟରନେଟର ନିହାତି ଆବଶ୍ୟକ। ମାତ୍ର ଇଣ୍ଟରନେଟ ବିନା କ’ଣ ବ୍ୟାଙ୍କ ଆକାଉଣ୍ଟରୁ ବାଲାନ୍ସ ଚେକ ହୋଇପାରିବ? ତେବେ ଏକଥା ବି ଆଜି ଟେକ୍ନୋଲୋଜି ଦ୍ୱାରା ସମ୍ଭବପର ହୋଇପାରିଛି। ବିନା ଆକାଉଣ୍ଟ ଓ ବିନା ଇଣ୍ଟରନେଟରେ ବି ଆପଣ ଆପଣଙ୍କ ଆକାଉଣ୍ଟରୁ ବାଲାନ୍ସ ଜାଣିପାରିବେ। ଯଦି ଆପଣଙ୍କ ପାଖରେ ବଡ଼ ଫୋନ ବା ସ୍ମାର୍ଟ ଫୋନ ନାହିଁ ତାହେଲେ ବି ଆପଣ ଘରେ ରହି ବ୍ୟାଙ୍କ ବାଲାନ୍ସ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ଫୋନ କଲ କରିବାକୁ ପଡିବ। ଯାହା ଦ୍ୱାରା ଆପଣ ମେସେଜ ଜରିଆରେ ଆପଣଙ୍କ ବାଲାନ୍ସ ବିଷୟରେ ଜାଣିପାରିବେ।
ମେସେଜ୍ ମାଧ୍ୟମରେ କିପରି ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଜାଣିପାରିବେ:-
- ସର୍ବପ୍ରଥମେ ଆପଣଙ୍କ ଫୋନରୁ * 99 * 99 * 1 # ନମ୍ବରକୁ କଲ୍ କରନ୍ତୁ।
- ଏହା ପରେ ଆପଣଙ୍କ ଆଧାର କାର୍ଡର ୧୨ ଅଙ୍କ ସଂଖ୍ୟା ପ୍ରବେଶ କରନ୍ତୁ।
- କିଛି ସମୟ ଭିତରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବ ଏବଂ ଏହାପରେ ଆପଣ ଏକ ମେସେଜ୍ ପାଇବେ।
- ଆପଣ ଏହି ମେସେଜ୍ ଜରିଆରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟର ବାଲାନ୍ସ ଜାଣିପାରିବେ।
ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ:-
ଯଦି ଆପଣ SMS ମାଧ୍ୟମରେ ଆକାଉଣ୍ଟ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି, ତେବେ ମନେରଖନ୍ତୁ ଯେ ଆପଣଙ୍କ ନମ୍ବର ସମାନ ଭାବରେ ଲିଙ୍କ୍ ହେବା ଉଚିତ୍ ଯାହା ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡ ସହିତ ମଧ୍ୟ ସଂଯୁକ୍ତ ଥିବ। ଆଧାର ନମ୍ବରକୁ ଫୋନ୍ ନମ୍ବର ସହିତ ଲିଙ୍କ୍ କରିବା ଆବଶ୍ୟକ। ନଚେତ ଆପଣ ମେସେଜ୍ ମାଧ୍ୟମରେ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ଜାଣିବାକୁ ସମର୍ଥ ହେବେ ନାହିଁ ।