fbpx

ଜାଣନ୍ତୁ ସବୁଠୁ ବଡ ନାଁ ଥିବା ରେଲୱେ ଷ୍ଟେସନ, ସାନ ନାଁ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

Advertisement

ନୂଆଦିଲ୍ଲୀ: ଦେଶର ଲାଇଫ ଲାଇନ ବୋଲି କୁହାଯାଏ ଭାରତୀୟ ରେଲୱେକୁ । ପ୍ରତିଦିନ ଅନେକ ଯାତ୍ରୀ ବିଭିନ୍ନ ଷ୍ଟେସନକୁ ଟ୍ରେନରେ ଯାତ୍ରା କରିଥାନ୍ତି । ତେବେ ଏହି ଷ୍ଟେସନ ଭିତରେ ଦେଶରେ ମୋଟ ୮ ହଜାରରୁ ଅଧିକ ଷ୍ଟେସନ ରହିଛି । ଅଧିକାଂଶ ଷ୍ଟେସନର ନାଁ ସ୍ଥାନୀୟ ସହର କିମ୍ବା ଅଞ୍ଚଳର ନାଁ ଅନୁସାରେ ରଖାଯାଇଥାଏ । କିନ୍ତୁ ଅନେକ ଷ୍ଟେସନର ନାଁ ଏମିତି ନଥାଏ । ତେବେ ଏହି ନାଁ ଗୁଡିକ ମଧ୍ୟରେ କେଉଁ ଷ୍ଟେସନର ନାଁ ସବୁଠୁ ବଡ ଆପଣ ଜାଣନ୍ତି କି? ସେହିପରି ଛୋଟ ନାଁ ଥିବା ଷ୍ଟେସନ ବିଷୟରେ ମଧ୍ୟ ଆସନ୍ତୁ ଜାଣିବା ।

ଆନ୍ଧ୍ରପ୍ରଦେଶରେ ରହିଛି ଦେଶର ସବୁଠୁ ବଡ ନାଁ ଥିବା ରେଲୱେ ଷ୍ଟେସନ । ଏହାର ନାଁ ଭେଙ୍କଟନାରସିହ୍ନାରାଜୁବରିପେଟା । ଇଂରାଜୀରେ ଏହି ଷ୍ଟେସନ ନାଁରେ ମୋଟ ୨୮ଟି ଅକ୍ଷର ସାମିଲ ରହିଛି । କେବଳ ସେତିକି ନୁହେଁ, ସ୍ଥାନୀୟ ଲୋକେ ଏହି ଷ୍ଟେସନର ନାଁ ପୂର୍ବରୁ ଶ୍ରୀ ବୋଲି ମଧ୍ୟ ଉଚ୍ଚାରଣ କରିଥାନ୍ତି । ଯାହାଦ୍ୱାରା ଏହାର ସ୍ପେଲିଭ୍ଗରେ ଅଧିକ ୩ଟି ଅକ୍ଷର ଯୋଡି ହୋଇ ଏହା ୩୧କୁ ବୃଦ୍ଧି ପାଇଯାଏ । ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ସୀମାରେ ଏହି ଷ୍ଟେସନ ଅବସ୍ଥାନ କରିଛି ।

Venkata Narasimha Raju Vari Peta Railway Station Timeline - Railway Enquiry

ସେହିପରି ଦେଶର ସବୁଠାରୁ ଛୋଟ ନାଁ ଥିବା ରେଲୱେ ଷ୍ଟେସନ ମଧ୍ୟ ରହିଛି । ଓଡିଶାର ଇବ ଷ୍ଟେସନ ହେଉଛି ଦେଶର ସବୁଠାରୁ ଛୋଟ ନାଁ ପାଇଥିବା ଷ୍ଟେସନ । ଇବ ନଦୀ ନାମ ଅନୁସାରେ ଏହାର ନାମକରଣ କରାଯାଇଛି । ଏହି ଷ୍ଟେସନର ନାଁରେ ମାତ୍ର ୨ଟି ଅକ୍ଷର ସାମିଲ ରହିଛି । ଏହି ରେଲୱେ ଷ୍ଟେସନରେ ବହୁତ କମ ଟ୍ରେନ ରହିଥିଲେ ବି ନିଜ ନାଁ ପାଇଁ ଚର୍ଚ୍ଚାରେ ରହିଛି ଇବ ରେଲୱେ ଷ୍ଟେସନ ।

IB railway station, the shortest name of all stations on the Indian Railways  Video in 4k ultra HD - YouTube

Get real time updates directly on you device, subscribe now.