fbpx

କୋଲ୍ଡ ଡ୍ରିଙ୍କସ ପିଉଛନ୍ତି କି? ତେବେ ଜାଣିରଖନ୍ତୁ ଶରୀର ପାଇଁ ଏହା କେତେ କ୍ଷତିକାରକ

ବହୁତ ଲୋକଙ୍କ ଫ୍ରିଜରେ ଆପଣଙ୍କୁ କୋଲ୍ଡ ଡ୍ରିଙ୍କସ ଦେଖିବାକୁ ମିଳିବ । ଘର, ଅଫିସ୍ ଠାରୁ ଆରମ୍ଭ କରି ପାର୍ଟି ପର୍ଯ୍ୟନ୍ତ, ସବୁଠାରେ କୋଲ୍ଡ ଡ୍ରିଙ୍କସ ପିଇବାକୁ ଲୋକମାନେ ପସନ୍ଦ କରନ୍ତି । ଯୁବକମାନଙ୍କ ମଧ୍ୟରେ ଏହାର ବହୁତ କ୍ରେଜ ରହିଛି । କିନ୍ତୁ ଆପଣ ଜାଣନ୍ତି କି, ଏହି କୋଲ୍ଡ ଡିଙ୍କସ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ହେଲ୍ଥଲାଇନ ଅନୁଯାୟୀ, ଏହା ଆପଣଙ୍କ ଓଜନ ବଢ଼ାଇବା ସହ ଲିଭରକୁ ବି ମଧ୍ୟ କ୍ଷତି ପହଞ୍ଚାଇଥାଏ । ଏହା ବ୍ୟତୀତ ଏହା ଆପଣଙ୍କ ମେଟାବୋଲିଜିମକୁ ବିଚଳିତ କରିଥାଏ ଓ ଇନସୁଲିନ୍ ସମସ୍ୟାକୁ ବଢ଼ାଇପାରେ । ଏହା ବ୍ୟତୀତ ଏହା ମଧୁମେହ ଟାଇପ୍ ୨ର କାରଣ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା କୋଲ୍ଡ ଡ୍ରିଙ୍କସ ପିଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ…

– ଓଜନ ବୃଦ୍ଧି
କୋଲ୍ଡ ଡିଙ୍କସରେ ସୁକ୍ରୋଜ୍ ତତ୍ୱ ମିଳିଥାଏ, ଯେଉଁଥିରୁ ଫ୍ରକଟୋଜ୍ ସୃଷ୍ଟି ହୁଏ । ଫ୍ରକଟୋଜରୁ ଆମେ କ୍ୟାଲୋରୀ ପାଇଥାଉ ଏବଂ କୋଲ୍ଡ ଡିଙ୍କସରେ ପ୍ରଚୁର ମାତ୍ରାରେ ଚିନି ଥିବାରୁ ଆମର ଓଜନ ବଢ଼ିଥାଏ । ପ୍ରତିଦିନ କୋଲ୍ଡ ଡିଙ୍କସ ପିଇବା ଦ୍ୱାରା ୬୦ ପ୍ରତିଶତ ଓଜନ ବଢ଼ିଥାଏ ।

– ଲିଭରକୁ କ୍ଷତି ପହଞ୍ଚାଏ
କୋଲ୍ଡ ଡିଙ୍କସରେ ଗ୍ଲୁକୋଜ ଏବଂ ଫ୍ରକଟୋଜ ବହୁତ ଅଧିକ । ଏହି ପାନୀୟରେ ଚିନି ଅଧିକ ଥିବାରୁ ଫ୍ରଟକୋଜ୍ ହଜମ କରିବାକୁ ଲିଭରକୁ ବହୁତ ସଂଘର୍ଷ କରିବାକୁ ପଡେ ।

– ପେଟର ଚର୍ବି ବୃଦ୍ଧି କରେ
କୋଲ୍ଡ ଡିଙ୍କସର ସେବନ ଯୋଗୁଁ ପେଟରେ ଚର୍ବି ଜମା ହୋଇଯାଏ ଏବଂ ବେଲୀ ଫ୍ୟାଟ ବଢ଼ିବାରେ ଲାଗେ । ଯାହା ଫଳରେ ଆପଣ ମଧୁମେହ ଓ ହୃଦରୋଗର ଶିକାର ହୋଇପାରନ୍ତି ।

– ଅସନ୍ତୁଳନ ଇନସୁଲିନ୍
ଶରୀରରେ ଚିନି ପରିମାଣର ଦ୍ରୁତ ବୃଦ୍ଧି ହେତୁ ଇନସୁଲିନର ସନ୍ତୁଳନ ଖରାପ ହେବାକୁ ଲାଗେ । ଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ।

– ମଧୁମେହର ବିପଦ
କୋଲ୍ଡ ଡିଙ୍କସ ଓ ସଫ୍ ଡିଙ୍କସରେ ପ୍ରଚୁର ପରିମାଣରେ ଚିନି ଥାଏ, ଯାହା ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ବଢ଼ାଇଥ।।ଏ ।

Get real time updates directly on you device, subscribe now.