ନୂଆଦିଲ୍ଲୀ : ନେପାଳର ପଶୁପତି ନାଥ ମନ୍ଦିର ଦର୍ଶନ କରିବା ପାଇଁ ଆପଣ ପ୍ଲାନ କରୁଛନ୍ତି କି ତେବେ ଜାଣନ୍ତୁ ସେଠାରେ ଥିବା କିଛି ନିୟମ । ନ ହେଲେ ଆପଣଙ୍କୁ ଦେବାକୁ ପଡିବ ଫାଇନ । ଲୋକଙ୍କ ମଧ୍ୟରେ ସେଲଫି ଏବଂ ଅଧିକ ଫଟୋ ଉଠାଇବାର କ୍ରେଜ ଥିବାରୁ ପଶୁପତିନାଥ ମନ୍ଦିରର ମୁଖ୍ୟ ମନ୍ଦିର ଭିତରେ ଫଟୋ ଉଠାଇବା କିମ୍ବା ଭିଡିଓ କରିବାକୁ ମନା କରାଯାଇଛି । ଏପରି କରୁଥିବା ବ୍ୟକ୍ତି ଧରା ପଡିଲେ ୨୦୦୦ଟଙ୍କା ଫାଇନ ଦେବେ । ତାଙ୍କୁ ବିରୋଧରେ ସାଇବର କ୍ରାଇମ ମାମଲା ମଧ୍ୟ ଚାଲି ପାରିବ । ନେପାଳ କାଠମାଣ୍ଡୁରେ ଥିବା ଏହି ମନ୍ଦିର ବିଶ୍ୱ ପ୍ରସିଦ୍ଧ ମନ୍ଦିର । ଏଠାରେ ଭଗବାନ ପଶୁପତିଙ୍କୁ ପୂଜା କରାଯାଇଥାଏ । ଏହି ମନ୍ଦିର ବାଗମତି ନଦୀ କୂଳରେ ଅବସ୍ଥିତ । ଭାରତ ଏବଂ ଦେଶରୁ ଏଠାକୁ ପ୍ରତି ଦିନ ହଜାର ହଜାର ସଂଖ୍ୟାର ଭକ୍ତ ଆସନ୍ତି ।
ପଶୁପତି ମନ୍ଦିରର ଦେଖାଶୁଣା କରୁଥିବା ଜଣେ କର୍ମଚାରୀ କହିଛନ୍ତି ଫଟୋ ଉଠାଇବା ଏବଂ ଭିଡିଓ କରିବା ଏଠାରେ ବହୁ ପୂର୍ବରୁ ବାରଣ ହୋଇଥିଲା । କିନ୍ତୁ ଏଠାରେ କୌଣସି ଉତ୍ସବ ହେଉଥିବା ବେଳେ ଭକ୍ତଙ୍କ ସଂଖ୍ୟା ବଢିଥାଏ । ଯାହା ଫଳରେ ପୂଜା କିମ୍ବା କୌଣସି ଉତ୍ସବ ପୂର୍ବରୁ ଏଠାରେ ପୁଣି ନୂଆ ନିୟମ ଆରମ୍ଭ ହୋଇ ଥାଏ । ଏବେ ଏଠାରେ ରବିବାର ଠାରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ସବ ଅନୁଷ୍ଠିତ । ଯାହା ଫଳରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ଯାହା ଫଳରେ ଭକ୍ତ ମାନେ ମନ୍ଦିର ପରିସରେ ମଧ୍ୟ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ । ନ ହେଲେ ସେମାନଙ୍କୁ ୨ହଜାର ଟଙ୍କା ଫାଇନ ଦେବାକୁ ପଡିବ ।
ପିଏଡିଟି ପ୍ରବକ୍ତା ରେବତୀ ରମନ କହିଛନ୍ତି ତିଜ ଉତ୍ସବରେ ବିଶେଷ କରି ଯୁବକ ଯୁବତୀ ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି । ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ସେମାନେ ଭିତରକୁ ଆସି ଫଟୋ ଏବଂ ଭିଡିଓ କରିଥାନ୍ତି । ତାଙ୍କ କହିବା ଅନୁସାରେ ସେ ପଶୁପତି ନାଥ ଭଗବାଙ୍କର ଟିକଟକ ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଥିବା ଦେଖିଛନ୍ତି । ମୁଖ୍ୟ ମନ୍ଦିରର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଛି । ଏହି ଘଟଣା ଆଗକୁ ଯେପରି ନ ହୁଏ ସେଥି ପ୍ରତି ଧ୍ୟାନ ଦେବା ପାଇଁ ଏହି ଫାଇନ ବ୍ୟବସ୍ଥା ଲାଗୁ କରାଯାଇଛି । ଏଠାକୁ ଭକ୍ତମାନେ ଶିବ ଏବଂ ତାଙ୍କ ପତ୍ନୀ ପାର୍ବତୀଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ଏହା ସହିତ ନିଜ ପରିବାରର କଲ୍ୟାଣ ଏବଂ ସୁଖ ସମୃଦ୍ଧି ପାଇଁ ପାର୍ଥନା କରନ୍ତି ।