ଦୀପାବଳି ଦିନ ପୂଜା-ପାଠ ଓ ଦାନ ଧର୍ମ କଲେ ମିଳିଥାଏ ବିଶେଷ ଲାଭ: ଜାଣନ୍ତୁ ରାଶି ଅନୁଯାୟୀ କ’ଣ କରିବେ ଦାନ

ପ୍ରତ୍ୟେକ ବର୍ଷ କାର୍ତ୍ତିକ କୃଷ୍ଣ ପକ୍ଷର ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଚଳିତ ବର୍ଷ ୩୧ ଅକ୍ଟୋବର ୨୦୨୪, ଗୁରୁବାର ଦିନ ଦୀପାବଳି ପର୍ବ ପାଳନ କରାଯିବ । ଏହି ଦିନରେ ମା’ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳି ଦିନ ପୂଜା-ପାଠ ଓ ଦାନ ଧର୍ମ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ ।

ଜାଣନ୍ତୁ ରାଶି ଅନୁଯାୟୀ, ଏହି ଦିନ କି କି ଜିନିଷ ଦାନ କରିବେ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷ ଅସହାୟଙ୍କୁ ପୋଷାକ ଦାନ କରନ୍ତୁ ।

ବୃଷ – ଶିଶୁ ମାନଙ୍କୁ ମିଠା ଦାନ କରନ୍ତୁ ।

ମିଥୁନ – ଜୀବନରେ ସୁଖ-ସମୃଦ୍ଧି ପାଇଁ ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ ।

କର୍କଟ- ମା’ଲକ୍ଷ୍ମୀଙ୍କୁ ପୂଜା ପରେ ବିରି ଦାନ କରନ୍ତୁ ।

ସିଂହ – ସାତ ପ୍ରକାର ଶସ୍ୟ ଜିନିଷ ଦାନ କରନ୍ତୁ । ଏହାଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷ ଶନି ମନ୍ଦିରରେ ତେଲ ଦାନ କରନ୍ତୁ ।

ତୁଳା – ଏହି ରାଶିଙ୍କୁ ପୂଜା ପରେ ମିଠା ଦାନ କରିବା ଉଚିତ୍‌ । ଅସହାୟଙ୍କୁ ଅନ୍ନ, ଧନ ଆଦି ଦାନ କରନ୍ତୁ ।

ବିଛା – ଅସହାୟଙ୍କୁ କମ୍ବଳ ଦାନ କରନ୍ତୁ ।

ଧନୁ – ଗୁଡ ଓ ରୁଟି ଗାଈଙ୍କୁ ଖାଇବାକୁ ଦିଅନ୍ତୁ ।

ମକର – ମସୁର ଡାଲି ଦାନ କରନ୍ତୁ । ଏହାଦ୍ୱାରା ପରିବାରରେ ହସଖୁସିର ବାତାବରଣ ରହିଥାଏ ।

କୁମ୍ଭ- ଶିଶୁଙ୍କୁ ବସ୍ତ୍ର ଓ ମିଠା ଦାନ କରନ୍ତୁ ।

ମୀନ- ଦୀପାବଳି ପୂଜା ଦିନ ଅସହାୟଙ୍କୁ ଅନ୍ନ, ଧନ କିମ୍ବା ପୋଷାକ ଦାନ କରନ୍ତୁ ।

Get real time updates directly on you device, subscribe now.