ହିନ୍ଦୁ ଧର୍ମରେ କାଇଁ କେଉଁ କାଳରୁ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଗଭିର ସମ୍ପର୍କ ରହି ଆସିଛି । ଯାହାଫଳରେ ଭକ୍ତ ସର୍ବଦା ଭଗବାନଙ୍କ ଅଲୌକିକ ଗାଥା ଏବଂ ତାଙ୍କର ବିଭିନ୍ନ ରହସ୍ୟ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରେ । ତେବେ ଆମେ ଆଜି ଆପଣଙ୍କ ଭଗବାନ ଶିବଙ୍କ ଲିଙ୍ଗ ରୂପ କିପରି ଏବଂ କେଉଁଠୁ ଉତ୍ପତ୍ତି ହୋଇଥିଲା ସେହି ବିଷୟରେ ଜଣାଇବାକୁ ଯାଉଛୁ । ଯାହାକି ଅନେକ ଭକ୍ତମନରେ ଏକ ପ୍ରଶ୍ନବାଚି ସୃଷ୍ଟି କରେ । ବର୍ତ୍ତମାନ ଆସନ୍ତୁ ଜାଣିବା ଭାଗବାନ ଶିବଙ୍କ ସହ ଜଡିତ କିଛି ରହସ୍ୟ ବିଷୟରେ…
କପିର ହୋଇଥିଲା ଶିବ ଲିଙ୍ଗର ଉତ୍ପତ୍ତି: ହିନ୍ଦୁ ଧର୍ମରେ ଭଗବାନ ଶିବ ଏବଂ ଶିବଲିଙ୍ଗଙ୍କ ମୂର୍ତ୍ତି ପୂଜା କରିବାର ଏକ ନିୟମ ଅଛି। କୁହାଯାଏ ଯେ ଯଦି କୌଣସି ଭକ୍ତ ଭଗବାନ ଶିବଙ୍କୁ ପ୍ରକୃତ ଭକ୍ତି ସହିତ ପୂଜା , ଆରାଧନା କରେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ । ଏଥିସହିତ ସେମାନଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ସେହିପରି ଧାର୍ମିକ ଶାସ୍ତ୍ରରେ ମଧ୍ୟ ଶିବଲିଙ୍ଗଙ୍କ ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାକି ଭଗବାନ ଶିବଙ୍କ ଏକ ରହସ୍ୟ ସହ ଜଡିତ । ତେବେ କିମ୍ବଦନ୍ତୀ ଅନୁଯାୟୀ, ବ୍ରହ୍ମାଣ୍ଡ ସୃଷ୍ଟି ହେବା ପରେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଉଭୟ ନିଜକୁ ସବୁଠାରୁ ଶକ୍ତିଶାଳୀ ବୋଲି ପ୍ରମାଣ କରିବାରେ ବ୍ୟସ୍ତ ଥିଲେ । ଫଳରେ ସଂସାରର ସନ୍ତୁଳନ ବିଗିଡିବାର ଲାଗିଲା । ଯାହାକୁ ଦେଖି ଭଗବାନ ଶିବ ଏକ ଉପାୟ ଚିନ୍ତା କଲେ ଏବଂ ଠିକ୍ ସମୟରେ ଆକାଶରେ ଏକ ଉଜ୍ଜ୍ୱଳ ପଥର ସୃଷ୍ଟି କଲେ । ଏଥିସହିତ ଏକ ଶୂନ୍ୟବାଣୀ ହେଲା ଯେ ଯିଏ ଏହି ପଥରର ଅନ୍ତ ପାଇବ ସେ ଅଧିକ ଶକ୍ତିଶାଳୀ ବିବେଚିତ ହେବ । ବିଶ୍ୱାସ କରାଯାଏ ଯେ ସେହି ପଥରଟି ଶିବଲିଙ୍ଗ ଥିଲା ।
ତେବେ ଏହି ଶୂନ୍ୟବାଣୀ ପରେ ପଥର ଅନ୍ତ ଖୋଜିବା ପାଇଁ ଉଭୟ ଦେବତା ବ୍ରହ୍ମା ଏବଂ ବିଷ୍ଣୁ ଜଣେ ସ୍ୱର୍ଗ ଏବଂ ଜଣେ ମର୍ତ୍ତ୍ୟରେ ପହଞ୍ଚିଲେ । କିନ୍ତୁ ସମସ୍ତ ପ୍ରୟାସ ପରେ ମଧ୍ୟ ସେହି ପଥରର ଅନ୍ତ ପାଇ ପାରିଲେ ନାହିଁ । ଫଳରେ ଶେଷରେ ବାଧ୍ୟ ହୋଇ ଭଗବାନ ବିଷ୍ଣୁ ପରାଜୟ ଗ୍ରହଣ କଲେ । କିନ୍ତୁ ଭଗବାନ ବ୍ରହ୍ମା ନିଜର ପରାଜୟ ସ୍ୱିକାର କରିବା ପରିବର୍ତ୍ତେ ସେ ପଥରର ଅନ୍ତ ପାଇଛନ୍ତି ବୋଲି ଘୋଷଣା କଲେ । କିନ୍ତୁ ଏହି ସମୟରେ ଆକାଶରୁ ଫୁଣି ଏକ ଶୂନ୍ୟବାଣୀ ହେଲା ,ଯେଉଁଥିରେ ଶୁଣିବାକୁ ମିଳିଲା ଯେ ମୁଁ ଶିବଲିଙ୍ଗ ଅଟେ । ମୋର ଆରମ୍ଭ ନାହିଁ କି ଅନ୍ତ ମଧ୍ୟ ନାହିଁ । ଏହାପରେ ଭଗବାନ ଶିବ ମଧ୍ୟ ସେଠାରେ ଆବିର୍ଭାବ ହେଲେ ଏବଂ କହିଲେ ଯେ ଏହି ପଥର ହେଉଛି ମୋର ଏକ ଅଂଶ ଯାହାକୁ ସାରା ବ୍ରହ୍ମାଣ୍ଡରେ ଶିବଲିଙ୍ଗ ଭାବରେ ପୂଜା କରାଯିବ । ସେବେଠାରୁ ବ୍ରହ୍ମାଣ୍ଡରେ ଏହି ପଥରକୁ ଶିବଲିଙ୍ଗ ଭାବରେ ପୂଜା କରାଯାଏ ।
ଶିବଲିଙ୍ଗର ଅର୍ଥ:ପୌରାଣିକ ଗାଥା ଅନୁସାରେ ଶିବଲିଙ୍ଗ ଦୁଇଟି ଶବ୍ଦରେ ତିଆରି ହୋଇଛି, ଶିବ ଏବଂ ଲିଙ୍ଗ । ତେବେ ଶିବର ଅର୍ଥ କଲ୍ୟାଣ ହୋଇଥିବା ବେଳେ ଲିଙ୍ଗର ଅର୍ଥ ଯାହାର ଅର୍ଥ ସୃଷ୍ଟି ବୋଲି ବିଶ୍ୱାସ ରହିଛି । ତେବେ ଏହି ଶିବ ଲିଙ୍ଗ ଦୁଇ ପ୍ରକାର ଗୋଟିଏ ହେଉଛି ଜ୍ୟୋତିର୍ଲିଙ୍ଗ ଏବଂ ଅନ୍ୟଟି ହେଉଛି ପାରଦ ଶିବ ଲିଙ୍ଗ । ତେବେ ଏହି ଜ୍ୟୋତିର୍ଲିଙ୍ଗକୁ ସମଗ୍ର ସମଗ୍ର ବ୍ରହ୍ମାଣ୍ଡର ପ୍ରତୀକ ଭାବରେ ବିବେଚନା କରାଯାଏ । କୁହାଯାଏ ଯେ ଏହି ଶିବଲିଙ୍ଗ ଜଳ, ବାୟୁ, ଆକାଶ, ପୃଥିବୀ, ମାୟା, ଚିନ୍ତା, ଭାବନା, ବ୍ରହ୍ମ, ଜୀବ, ବୁଦ୍ଧି ଆଦ୍ରୁ ସୃଷ୍ଟି ହୋଇଛି ।