ଭୁଲରେ ବି ଏହି ଡାଲିକୁ ଖାଆନ୍ତୁନି ଡାଇବେଟିସ ରୋଗୀ, ବଢିଯିବ ସୁଗାର ଲେବଲ୍
ଡାଇବେଟିସ ରୋଗୀ ଡାଲି ଖାଇପାରିବେ । ଏଥିରେ ସେମାନଙ୍କୁ ଫାଇଦା ମିଳିଥାଏ । କିନ୍ତୁ ଷ୍ଟାର୍ଚ ଯୁକ୍ତ ଡାଲିକୁ ଦୂରେଇବା ଆବଶ୍ୟକ । କାରଣ ଏହି ଡାଲି ଶରୀରକୁ ଯାଇ ବ୍ଲଡସୁଗାର ଲେବଲକୁ ବଢାଇପାରେ ।
ଓଡ଼ିଶା ଭାସ୍କର: ରୋଗରେ ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବା ଲାଗି ଅନେକ ଜିନିଷ କରିବାର ପରାମର୍ଶ ଦିଆଯାଇଥାଏ । ଏଥିରେ କିଛି ଡାଲି ମଧ୍ୟ ସାମିଲ ରହିଛି, ଯାହାକୁ ଖାଇବା ଦ୍ୱାରା ବ୍ଲଡ ସୁଗାର ବଢିପାରେ । ଏଥିପାଇଁ ଏହାଠାରୁ ଦୂରେଇ ରହିବା ଆବଶ୍ୟକ ।
କାବୁଲିବୁଟ: ଧଳା କାବୁଲିବୁଟ ବା ବଡ଼ ଚଣାଠାରୁ ଡାଇବେଟିସ୍ ରୋଗୀ ଦୂରେଇ ରହିବା ଆବଶ୍ୟକ । ଏହା ଅଧିକ କ୍ଷତିକାରକ ନୁହେଁ, କିନ୍ତୁ ଏହାକୁ ହଜମ କରିବା କଷ୍ଟ । ଏଥିରେ ଗ୍ୟାଷ୍ଟ୍ରିକ ଏବଂ ଏସିଡିଟି ହେବାର ସମସ୍ୟା ରହିଛି । ଏହାକୁ କମ ମାତ୍ରାରେ ଖାଇବା ଆବଶ୍ୟକ ।
ରାଜମା: ଡାଇବେଟିସର ରୋଗୀଙ୍କୁ ରାଜମାଠାରୁ ଦୂରେଇ ରହିବା ଆବଶ୍ୟକ । ଏଥିରେ ଅଧିକ କ୍ୟାଲୋରୀ ମିଳିଥାଏ । ଏହା ସୁଗାର ଲେବଲକୁ ବଢାଇପାରେ । ଏଥିରେ ସୁଗାର ଲେବଲ ବଢିପାରେ । ଏହାକୁ ଖାଇବା ପରେ ପେଟ ଭାରିଭାରି ଲାଗିଥାଏ ।
ବୁଟଡାଲି: ସୁଗାର ପେସେଣ୍ଟ ବୁଟଡାଲି ନ ଖାଇବା ଆବଶ୍ୟକ । ଏହି ଡାଲିକୁ ହଜମ କରିବା କଠିନ ହୋଇଥାଏ । ଏହାକୁ ଅଧିକମାତ୍ରାରେ ଖାଇବା ଦ୍ୱାରା ରକ୍ତରେ ୟୁରିକ ଏସିଡ ମଧ୍ୟ ବଢିପାରେ । ଏଥିରେ କିଡନୀ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ ।
ଆହୁରି ଅନେକ ଡାଲି ଅଛି ଯାହାକୁ ଡାଇବେଟିସ୍ ରୋଗୀ ବିଲକୁଲ୍ ନ ଖାଇବା ଆବଶ୍ୟକ । ଏହା ଖାଇବା ଦ୍ୱାରା ବ୍ଲଡ ସୁଗାର ବଢିଯାଇଥାଏ । ଏଥିପାଇଁ ଏଥିରୁ ଦୂରେଇ ରହିବା ନିହାତି ଆବଶ୍ୟକ ।