fbpx

ଦ୍ବିତୀୟ କ୍ୱାଲିଫାୟାର ମ୍ୟାଚରେ ଫ୍ୟାନ୍ସକୁ ପୁଣି ନିରାଶ କଲେ କୋହଲି , ୭ ରନ୍‌ ଆଉଟ୍ ହୋଇ ପ୍ୟାଭିଲିଅନକୁ ଫେରିଲେ…

ଅହମଦାବାଦ(ଗୁଜରାଟ): ପୁଣି ବିଫଳ ହେଲେ ବିରାଟ କୋହଲି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଚଳିତ ଆଇପିଏଲରେ ନିଜର ଦୂର୍ବଳ ବ୍ୟାଟିଂର ପରିଚୟ ଦେଇ ତିନି ଥର ୦’ରେ ଆଉଟ ହୋଇ ଥିବା ବେଳେ ଶୁକ୍ରବାର ଦିନ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚରେ କେବଳ ୭ ରନ କରି ଆଉଟ ହୋଇଛନ୍ତି । ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ କୋହଲିଙ୍କ ଉପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ ନିର୍ଭର କରୁଥିବା ବେଳେ ଦ୍ୱିତୀୟ ଓଭରରେ ଆଉଟ ହୋଇ ନିଜର ପ୍ରଶଂସକଙ୍କୁ ନିରାଶ କରିଥିବା ବେଳେ ଦଳକୁ ଶକ୍ତ ଝଟକା ଲାଗିଥିଲା ।

ପ୍ରଥମ ଓଭରରେ ରାଜସ୍ଥାନ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଏକ ଛକା ମାରିଥିବା କୋହଲି ଦ୍ୱିତୀୟ ଓଭରରେ ପ୍ରତିକ୍ଷ ବୋଲର ପ୍ରସିଦ୍ଧ କ୍ରିଷ୍ନାଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିଅନ ଫେରିଥିଲେ । ତେବେ ମ୍ୟାଚର ପ୍ରଥମ ଓଭର ଖେଳ ବେଳେ ଷ୍ଟାଡିୟମ ଭିତରେ ସୁରକ୍ଷା ବଳୟ ଭେଦ କରି ଜଣେ ଯୁବକ ହଠାତ କ୍ରିଜରେ ପହଞ୍ଚି ବିରାଟ କୋହଲିଙ୍କ ନିକଟରେ ପହଞ୍ଚି ଥିଲେ । ସୁରକ୍ଷା କର୍ମୀ ବେଆଇନ ଅନ୍ରୁବେଶକାରୀ ଯୁବକକୁ ହଠାତ କବଜା କରି ନେଇ ଥିଲେ ହେଁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ବୁଧବାର ଦିନ କୋଲକାତାରେ ଅନୁଷ୍ଠିତ ପ୍ରଥମ ଏଲିମିନେଟର ମ୍ୟାଚ ବେଳେ ମଧ୍ୟ ଜଣେ ଯୁବକ ଏହି ପରି ବେଆଇନ ଅନୁ ପ୍ରବେଶ କରି କୋହଲିଙ୍କ ନିକଟରେ ପହଞ୍ଚିବା ଚର୍ଚ୍ଚାର ବିଷୟ ହୋଇଥିଲା ।

Get real time updates directly on you device, subscribe now.