fbpx

୮ ଗୋରୁଙ୍କ ଉପରେ ଚଢ଼ିଗଲା ଗାଡ଼ି, ରଜପଥ ଅବରୋଧ କଲେ ଲୋକେ

କୋଇଡ଼ା: ୫୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଥିରେ ୮ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଗୋରୁମାନଙ୍କ ମୃତ୍ୟୁକୁ ନେଇ ଘଟଣ।।ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏନେଇ ଲୋକେ ରାଜପଥ ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, କୋଇଡ଼ା ୫୨୦ ନମ୍ବର ଜାତୀୟ ରାଜପଥରେ ଏକ ଗାଡ଼ି ଧକ୍କାରେ ୮ ଗୋରୁଙ୍କ ମୃତ୍ୟୁ ଘଟିଛି । ରାଜପଥରେ ଗୋରୁମାନେ ଶୋଇଥିବା ବେଳେ ଜଣେ ଅଜଣା ଗାଡ଼ି ଦ୍ରୁତଗତିରେ ଆସି ଏହି ଗୋରୁମାନଙ୍କ ଉପରେ ଚଢାଇଦେଇଛି ।

ନବିଢି ଛକରେ ୮ଗୋରୁଙ୍କ ଏଭଳି ମୃତ୍ୟୁକୁ ନେଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକେ । କେନ୍ଦୁଝର-କୋଇଡା ଜାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.