fbpx

‘ଆପଣ ଦୁଷ୍କର୍ମ କରିଛନ୍ତି କି..’, କୋଲକାତା ମାମଲାରେ ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ, ସଞ୍ଜୟ ରାୟଙ୍କୁ ୭ଟି ପ୍ରଶ୍ନ ପଚାରିଲେ ସିବିଆଇ

ନୂଆଦିଲ୍ଲୀ: କୋଲକାତା ଦୁଷ୍କର୍ମ-ମର୍ଡର ମାମଲାକୁ ଗୋଟିଏ ମାସ ଅତିକ୍ରମ କରିଛି। ଏପର୍ଯ୍ୟନ୍ତ ଏହି ମାମଲାର ଉତ୍ତେଜନା ଥମିବାର ନାମ ନେଉନି। କୋଲକାତା ପୋଲିସ ଆର ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟାକାଣ୍ଡର ଗୋଟିଏ ଦିନପରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଛି। ଦୁଷ୍କର୍ମ-ହତ୍ୟା ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ପରେ ଯାଞ୍ଚ ଏଜେନ୍ସି ଅଭିଯୁକ୍ତ ସଞ୍ଜୟଙ୍କୁ ପଚରାଉଚରା ମଧ୍ୟ କରାଯାଇଛି, ଯେଉଁଥିରେ ସେ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି।

ସିବିଆଇ ଏହି ମାମଲାର ମୂଳକୁ ଯିବା ପାଇଁ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରିଛି। ହେଲେ ସଞ୍ଜୟ ରାୟ ଯେଉଁଭଳି ସିବିଆଇ ପ୍ରଶ୍ନର ଉତ୍ତର ଦେଇଛନ୍ତି, ସେ ପୂରା ମାମଲାକୁ ଆହୁରି ଜଟିଳ କରିଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସିବିଆଇ କେଉଁ ପ୍ରଶ୍ନ ପଚାରିଥିଲା ଏବଂ କେଉଁ ଉତ୍ତର ସଞ୍ଜୟ ରାୟ ଦେଇଥିଲା..

ପ୍ରଶ୍ନ:କାହାକୁ ଦୁଷ୍କର୍ମ କରିଛନ୍ତି କି ନାହିଁ?
ଉତ୍ତର- ନାଁ
ପ୍ରଶ୍ନ:କଣ ସେଠାରେ (ହସ୍ପିଟାଲର ସେମିନାର ହଲ) ଯାଇଥିଲେ?
ଉତ୍ତର- ହଁ ଯାଇଥିଲି।
ପ୍ରଶ୍ନ: କାହିଁକି ଯାଇଥିଲ?
ଉତ୍ତର-କାମ ଥିଲା
ପ୍ରଶ୍ନ:ସେଠାରେ ଆଉ କିଏ ଥିଲେ
ଉତ୍ତର- ଥାର୍ଡ ଫ୍ଲୋରରେ କେହି ନଥିଲେ।
ପ୍ରଶ୍ନ: କଣ ତୁମେ ତାଙ୍କ(ପୀଡିତା) ନାକ ମୁହଁ ଦବାଇଥିଲ?
ଉତ୍ତର: ହଁ
ପ୍ରଶ୍ନ:ସେତେବେଳେ ତୁମ ସହ କିଏ ଥିଲେ?
ଉତ୍ତର- ନାଁ
ପ୍ରଶ୍ନ:ସଠିକ ଭାବେ କୁହ ତୁମେ ତାଙ୍କୁ ରେପ କରିନଥିଲ?
ଉତ୍ତର-ନାଁ

Get real time updates directly on you device, subscribe now.