fbpx

‘ଲାଞ୍ଚ ଦେବାକୁ ଚେଷ୍ଟା କରୁଥିଲା ପୋଲିସ..’, କୋଲକାତା ଦୁଷ୍କର୍ମ-ହତ୍ୟା ପୀଡିତାଙ୍କ ପରିବାରର ବଡ ଦାବି

ନୂଆଦିଲ୍ଲୀ: ଗତ ମାସରେ କୋଲକତା ଆର ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅନ୍ଦୋଳନ ଲଗାତାର ଜାରି ରହିଛି। ଏହାରି ମଧ୍ୟରେ ବୁଧବାର ଦିନ ପୀଡିତାଙ୍କ ପରିବାରର ବଡ ଦାବି କରିଛନ୍ତି। ମହିଳା ଡାକ୍ତରଙ୍କ ପରିବାର ସଦସ୍ୟ ଅଭିଯୋଗ ଆଣିଛନ୍ତି ଯେ, କୋଲକାତା ପୋଲିସ ଶିଘ୍ର ଶବ ସତ୍କାର କରି ମାମଲାକୁ ଦବାଇବାକୁ ଚେଷ୍ଟା କରିଥିଲା। ସେହିପରି ସେ ଏହା ମଧ୍ୟ ଅଭିଯୋଗ ଅଣିଛନ୍ତି ଯେ, କୋଲକାତା ପୋଲିସ ତାଙ୍କୁ ଟଙ୍କାର ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲା।

ପିଟିଆଇ ମୁତାବକ, କୋଲକାତା ଦୁଷ୍କର୍ମ-ହତ୍ୟା ପୀଡିତାଙ୍କ ପରିବାର ସଦସ୍ୟଙ୍କ ଦାବି ଅନୁ୍‌ଯାୟୀ; ପୋଲିସ ଏହି ମାମଲା ଦବାଇବାକୁ ଚେଷ୍ଟା କରିଥିଲା। ପରିବାର ଲୋକଙ୍କୁ ଶବ ଦେଖିବା ପାଇଁ ଅନୁମତି ଦିଆଯାଇନଥିଲା। ଶବକୁ ପୋଷ୍ଟମର୍ଟମ ପାଇଁ ନେବା ବେଳେ ତାଙ୍କୁ ପୋଲିସ ଷ୍ଟେସନରେ ଅପେକ୍ଷା କରିବାକୁ ପଡିଥିଲା। ପରେ ଯେତେବେଳେ ପରିବାରକୁ ଶବ ହସ୍ତାନ୍ତର କରାଗଲା, ସେତେବେଳେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସେମାନଙ୍କୁ ଟଙ୍କା ଦେବାର ଚେଷ୍ଟା କରିଥିଲେ। ପରିବାର ଲୋକେ ସେହି ଲାଞ୍ଚ ରଖିବାକୁ ମନା କରିଦେଇଥିଲେ।

ପୀଡିତାଙ୍କ ମାଆ-ବାପା ବୁଧବାର ରାତିରେ ଜୁନିୟର ଡାକ୍ତରଙ୍କ ସହ ଆର ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅନ୍ଦୋଳନରେ ଭାଗ ନେଇ ନିଜ ଝିଅର ନ୍ୟାୟ ପାଇଁ ଦାବି କରିଥିଲେ।

Get real time updates directly on you device, subscribe now.