fbpx

କୋଲକାତା ଅଭୟା କାଣ୍ଡ, ସିବିଆଇକୁ ନୂଆ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

କୋଲକାତା: କୋଲକାତା ଅଭୟା ଘଟଣାକୁ ନେଇ ବର୍ତ୍ତମାନ ମଧ୍ୟ ଜାରି ରହିଛି ଆନ୍ଦୋଳନ । ଘଟଣାକୁ ମାସେ ପୁରି ଯଆଇଥିଲେ ସୁଦ୍ଧା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ଅହରହ ଧାରଣାରେ ବସିଛନ୍ତି । ତେବେ ଏନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ତଥ୍ୟ ଉପସ୍ଥାପନ କରାଯାଇଛି । ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ଧାରଣା କାରଣରୁ 23ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି  । ଏହାରି ଭିତରେ ଆଜି ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା ସିବିଆଇ ।

ଅନ୍ୟପଟେ ଅସ୍ବାଭାବିକ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି  । ମୃତ୍ୟୁ ପ୍ରମାଣପତ୍ର ଦିଆଯାଇଥିଲେ ହେଁ ଏହାର ପରଦିନ କାହିଁକି ଅସ୍ବାଭାବିକ ମାମଲା ରୁଜୁ କରାଗଲା, ସେନେଇ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ତେବେ ଆଜି ଶୁଣାଣି କରିବା ବଦଳରେ ଆଉ କିଛି ଦିନ ସିବିଆଇକୁ ସମୟ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କରାଯାଇଥିବା ତଦନ୍ତକୁ ନେଇ ପରବର୍ତ୍ତି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ଏକସପ୍ତାହ ସମୟ ଦେଇଛନ୍ତି । କହି ରଖୁଛୁ କି ଆଜିର ଖଣ୍ଡପୀଠରେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେପି ପରଦିଓ୍ବାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ତର୍ଜମା କରିଥିଲେ । ଅନ୍ୟପଟେ ଏହି ଘଟଣାରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ସରକାର କିଛି ତଥ୍ୟ ଲୁଚାଉଥିବା କଥା ସେ କହିଛନ୍ତି । କହିରଖୁଛି କି ଏହି ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଗତ ଅଗଷ୍ଟ 22 ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା । ତଦନ୍ତ କରାଯାଉଛି, ଖୁବଶୀଘ୍ର ଦୋଷୀକୁ ଦଣ୍ଡ ଦିଆଯିବା କହି ଆନ୍ଦଳୋନ ପ୍ରତ୍ୟାହୃତ କରିବା ପାଇଁ କହିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଛି ।

Get real time updates directly on you device, subscribe now.