fbpx
BSKY SKY
BSKY SKY

ବଦଳିବ କୋଣାର୍କର ରୂପରେଖ; ପ୍ରବେଶଦ୍ୱାରରୁ ହଟିବ ହସ୍ତଶିଳ୍ପ ଦୋକାନ

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୋଣାର୍କ ସୂର୍ୟ୍ୟ ମନ୍ଦିର ସହ କୋଣାର୍କ ସହରର ହେବ ସୌନ୍ଦର୍ୟ୍ୟକରଣ। ସୂର୍ୟ୍ୟ ମନ୍ଦିର ପ୍ରବେଶ ଦ୍ବାରରେ ହସ୍ତଶିଳ୍ପ ବ୍ୟବସାୟୀ ଦୋକାନୀଙ୍କୁ ଜରୁରୀ କାଳିନ ଭିତ୍ତିରେ ସ୍ଥାନ ଯୋଗାଣ କରାଯିବ। ଯାହାକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଛି ଅନେକ ଦ୍ଵନ୍ଦ। ସୂର୍ୟ୍ୟ ମନ୍ଦିରକୁ ଆଧାର କରି ପରିବାର ପ୍ରତିପୋଷଣ କରୁଥିବା ମନ୍ଦିର ସମ୍ମୁଖରେ ଥିବା ଉଠା ଦୋକାନୀଙ୍କୁ ପ୍ରଥମେ ଥଇଥାନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।

ମନ୍ଦିର ସାମ୍ନାରେ ଥିବା ସମସ୍ତ ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ନୂତନ ଭାବେ ସ୍ଥାନ ପ୍ରସ୍ତୁତ ହେଉଛି । ଯାହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାସ କୋଣାର୍କରେ ପହଞ୍ଚି ଥିଲେ। ତେବେ ଅଗଷ୍ଟ ୧୦ ରେ ନୂତନ ଭାବେ ପ୍ରସ୍ତୁତ ହେଉଥିବା ହସ୍ତଶିଳ୍ପ ବ୍ୟବସାୟ ପ୍ରତିଷ୍ଠାନକୁ ଉଦଘାଟନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସେପଟେ ହସ୍ତଶିଳ୍ପ ବ୍ୟବସାୟୀ ଦୋକାନୀ ମାନେ ଜିଲାପାଳ ଦେଇଥିବା ପ୍ରତିସୃତିକୁ ମାନିନେବା ସହ ସୂର୍ୟ୍ୟ ମନ୍ଦିର ପ୍ରବେଶ ଦ୍ୟାରରୁ ଉଠା ଦୋକାନ ଉଠାଇନେବା ପାଇଁ ରାଜି ହୋଇଛନ୍ତି।

Get real time updates directly on you device, subscribe now.