fbpx
BSKY SKY
BSKY SKY

ନନ୍ଦନକାନନରେ କୃଷ୍ଣସାର ମୃଗ ଅସୁସ୍ଥ , ଚିକିତ୍ସା ଜାରି

BSKY

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୬ନମ୍ବର (ଖ) ଖୁଆଡରେ ଥିବା ଏକ ଅଣ୍ଡିରା କୃଷ୍ଣସାର ମୃଗ ଅସୁସ୍ଥ ଥିବା ଜଣାପଡିଛି । ଏହି ବିରଳ ପ୍ରଜାତିର ଅଣ୍ଡିରା ମୃଗର ସ୍ୱାସ୍ଥ୍ୟ ଖରାପ ଥିବାରୁ ତାକୁ ସ୍ୱତନ୍ତ୍ର ଖୁଆଡରେ ରଖାଯାଇ ଚିକିତ୍ସା କରାଯାଉଛି । ସ୍ୱାସ୍ଥ୍ୟ ଅବସ୍ଥା ନସୁଧୁରିଲେ ମୃଗଟିକୁ ପ୍ରାଣୀ ଉଦ୍ୟାନର ବନ୍ୟପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯିବ ବୋଲି ଜଣାପଡିଛି । ବର୍ତ୍ତମାନ ଜୀବଜନ୍ତୁଙ୍କର ପ୍ରଜନନ ଋତୁ ଥିବାରୁ ପରସ୍ପର ମଧ୍ୟରେ ପ୍ରାୟ ସମୟରେ ସଂଘର୍ଷ ଘଟିଥାଏ । ତେବେ ଅଣ୍ଡିରା ଅଣ୍ଡିରା ମଧ୍ୟରେ ସଂଘର୍ଷ ଘଟି ଗୋଟିଏ ମୃଗର ଶିଘଂ ଭାଙ୍ଗି ରକ୍ତାକ୍ତ ଅବସ୍ଥାରେ ପଡିରହିଥିବାବେଳେ ବନ୍ୟପ୍ରାଣୀ ଚିକିତ୍ସକମାନେ ତାକୁ ଉଦ୍ଧାର କରି ଚିକିତ୍ସା ଜାରି ରଖିଛନ୍ତି । କୃଷ୍ଣସାର ମୃଗ ଓଡିଶାର ଗୁଗୁଡା ଓ ବାଲୁଖଣ୍ଡ ଦୃଶ୍ୟମାନ ଓ ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଭାରତର ଅଳ୍ପ କେତୋଟି ସ୍ଥାନରେ ଦେଖାଯାନ୍ତି ।

Get real time updates directly on you device, subscribe now.