ଜନ୍ମାଷ୍ଟମୀ ପୂର୍ବରୁ ଘରକୁ ଆଣନ୍ତୁ ଏହି ଶୁଭ ଜିନିଷ, ବର୍ଷିବ ଶ୍ରୀକୃଷ୍ଣଙ୍କ କୃପା
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପର୍ବକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଭାବରେ ସାରା ଦେଶରେ ଶ୍ରଦ୍ଧା ଏବଂ ଭକ୍ତିର ସହିତ ପାଳନ କରାଯାଏ। ଯଦି ଜନ୍ମାଷ୍ଟମୀ ପୂର୍ବରୁ କିଛି ବିଶେଷ ଜିନିଷ ଘରକୁ ଅଣାଯାଏ । ଏହା ଦ୍ବାରା କେବଳ ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହୁଅନ୍ତି ନାହିଁ, ବରଂ ଘରକୁ ସୁଖ, ସମୃଦ୍ଧି ଏବଂ ସକାରାତ୍ମକ ଶକ୍ତି ମଧ୍ୟ ଆସେ।
ଓଡ଼ିଶା ଭାସ୍କର: ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଭାବରେ ସାରା ଦେଶରେ ଜନ୍ମାଷ୍ଟମୀର ପର୍ବ ବହୁତ ଉତ୍ସାହ ଏବଂ ଭକ୍ତିର ସହିତ ପାଳନ କରାଯାଏ। ପଞ୍ଚାଙ୍ଗ ଅନୁସାରେ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ୧୬ ଅଗଷ୍ଟ, ୨୦୨୫ ଶନିବାର ଦିନ ପାଳନ କରାଯିବ। ଏହି ଦିନ ଭକ୍ତମାନେ ଉପବାସ ରଖନ୍ତି, ମନ୍ଦିର ସଜାଇଥାନ୍ତି ଏବଂ ରାତି ୧୨ଟାରେ କାହ୍ନାଙ୍କ ଜନ୍ମ ହେବା ପରେ ତାଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି।
ଧାର୍ମିକ ବିଶ୍ୱାସ ଅନୁସାରେ, ଜନ୍ମାଷ୍ଟମୀ ପୂର୍ବରୁ କିଛି ବିଶେଷ ଜିନିଷ ଘରକୁ ଆଣିବାକୁ ବହୁତ ଶୁଭ ବୋଲି କୁହାଯାଏ। ଏହା କରିବା ଦ୍ୱାରା ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ମାଡ଼ିଆସେ। ଆସନ୍ତୁ ଜାଣିବା ଜନ୍ମାଷ୍ଟମୀ ପୂର୍ବରୁ ଘରକୁ କେଉଁ ଜିନିଷ ଆଣିବାକୁ ଶୁଭ ବୋଲି କୁହଯାଏ।
ଶ୍ରୀକୃଷ୍ଣଙ୍କ ବାଲ୍ୟ ସ୍ବରୂପ ମୂର୍ତ୍ତି (ଲଡ଼ୁ ଗୋପାଳ)
ଜନ୍ମାଷ୍ଟମୀ ପୂର୍ବରୁ ଲଡ଼ୁ ଗୋପାଳଙ୍କ ଏକ ସୁନ୍ଦର ମୂର୍ତ୍ତି ଘରକୁ ଆଣିବାକୁ ବହୁତ ଶୁଭ ବୋଲି କୁହାଯାଏ। ଘରର ମନ୍ଦିରରେ ଏହାକୁ ସ୍ଥାପନ କରି ବିଦ୍ଧିବଦ୍ଧ ଭାବରେ ପୂଜା କଲେ ସୁଖ ଏବଂ ଶାନ୍ତି ବଜାୟ ରହେ।
ବଂଶୀ
ଭଗବାନ ଶ୍ରୀକୃଷ୍ଣ ବଂଶୀକୁ ସବୁଠାରୁ ଅଧିକ ଭଲ ପାଆନ୍ତି। ଜନ୍ମାଷ୍ଟମୀ ପୂର୍ବରୁ ଘରକୁ ଏକ ସୁନ୍ଦର ବଂଶୀ ଆଣିବାକୁ ବହୁତ ଶୁଭ ବୋଲି କୁହାଯାଏ। କୁହନ୍ତି ଯେ, ଏହାକୁ ଘରେ ରଖିବା ଦ୍ୱାରା ସୁଖ ଶାନ୍ତି ବଜାୟ ରହେ ଏବଂ ଘରେ ସକାରାତ୍ମକ ଶକ୍ତି ପ୍ରବାହିତ ହୁଏ। ଆପଣ ଏକ ରୂପା କିମ୍ବା ପିତ୍ତଳ ବଂଶୀ ମଧ୍ୟ ଆଣିପାରିବେ। ଏହାକୁ ପୂଜା ସ୍ଥାନରେ ରଖିବା ଉଚିତ।
ମୟୂର ପର
ମୟୂର ପର କାହ୍ନାଙ୍କ ଶୃଙ୍ଗାରର ଏକ ଅଭିନ୍ନ ଅଂଶ। ତେଣୁ, ଜନ୍ମାଷ୍ଟମୀ ପୂର୍ବରୁ ଘରକୁ ମୟୂର ପର ଆଣିବା ଉଚିତ। ଏହାକୁ ଘରେ ରଖିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୁଏ ଏବଂ ନକାରାତ୍ମକ ଶକ୍ତି ଦୂର ହୁଏ। ଆପଣ ଏହାକୁ ପୂଜା ଘର କିମ୍ବା ମୁଖ୍ୟ ପ୍ରବେଶ ଦ୍ୱାରରେ ରଖିପାରିବେ।
ଗାଈ ଏବଂ ବାଛୁରୀର ମୂର୍ତ୍ତି
ଭଗବାନ କୃଷ୍ଣ ଗାଈ ଏବଂ ବାଛୁରୀଙ୍କୁ ବହୁତ ଭଲ ପାଉଥିଲେ। ଜନ୍ମାଷ୍ଟମୀ ପୂର୍ବରୁ ଗାଈ ଏବଂ ବାଛୁରୀର ମୂର୍ତ୍ତି ଆଣିବାକୁ ବହୁତ ଶୁଭ ବୋଲି କୁହାଯାଏ। ଏହା ଘରେ ରଖିବା ଦ୍ୱାରା ପରିବାରରେ ସମୃଦ୍ଧି ଆସିଥାଏ ଏବଂ ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ। ଯଦି ଆପଣ ଏକ ଧାତୁ ମୂର୍ତ୍ତି ଆଣନ୍ତି, ତେବେ ତାହାକୁ ପୂଜା ସ୍ଥାନରେ ରଖନ୍ତୁ।
ମାଖନ ମିଶ୍ରି
ମାଖନ ଏବଂ ମିଶ୍ରି ଭଗବାନ କୃଷ୍ଣଙ୍କୁ ବହୁତ ପ୍ରିୟ। ଜନ୍ମାଷ୍ଟମୀରେ, ତାଙ୍କୁ କେବଳ ମାଖନ ମିଶ୍ରି ଅର୍ପଣ କରାଯାଏ। ତେଣୁ ଜନ୍ମାଷ୍ଟମୀର କିଛି ଦିନ ପୂର୍ବରୁ ମାଖନ ମିଶ୍ରିକୁ ଘରକୁ ଆଣି ପୂଜା ପାଇଁ ପ୍ରସ୍ତୁତ ହୁଅନ୍ତୁ। ଏହା ପ୍ରେମ ଏବଂ ମଧୁରତାର ପ୍ରତୀକ ଏବଂ ଏହାକୁ ପ୍ରସାଦ ଭାବରେ ବଣ୍ଟନ କରିବା ଏକ ଅତ୍ୟନ୍ତ ପୁଣ୍ୟ କାର୍ଯ୍ୟ ବୋଲି କୁହାଯାଏ।
ବୈଜୟନ୍ତୀ ମାଳା
ବୈଜୟନ୍ତୀ ମାଳାକୁ ଭଗବାନ ଶ୍ରୀକୃଷ୍ଣଙ୍କ ଅଳଙ୍କାର ବା ଶୃଙ୍ଗାର ଭାବରେ ବିବେଚନା କରାଯାଏ। କୁହାଯାଏ ଯେ ଯିଏ ବୈଜୟନ୍ତୀ ମାଳା ପିନ୍ଧିଥାଏ ତାଙ୍କୁ ଭଗବାନ ଶ୍ରୀକୃଷ୍ଣ ଆଶୀର୍ବାଦ କରନ୍ତି। ଜନ୍ମାଷ୍ଟମୀ ପୂର୍ବରୁ ବୈଜୟନ୍ତୀ ମାଳାକୁ ଘରକୁ ଆଣି କାହ୍ନାଙ୍କୁ ପିନ୍ଧାଇବା ଅତ୍ୟନ୍ତ ଶୁଭ। ଏହାକୁ ଘରେ ରଖିବା ଦ୍ୱାରା ଧନ-ଧାନ୍ଯ ବୃଦ୍ଧି ହୁଏ।
ହଳଦିଆ ବସ୍ତ୍ର
ଭଗବାନ ଶ୍ରୀକୃଷ୍ଣ ହଳଦିଆ ରଙ୍ଗକୁ ବହୁତ ଭଲ ପାଆନ୍ତି। ଜନ୍ମାଷ୍ଟମୀ ପୂର୍ବରୁ ଘରେ ହଳଦିଆ ବସ୍ତ୍ର, ପରଦା କିମ୍ବା ଚାଦର ଆଣିବାକୁ ଶୁଭ ବୋଲି କୁହାଯାଏ। ଏହା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି ଏବଂ ଆର୍ଥିକ ପ୍ରଗତି ମଧ୍ୟ ହୁଏ।
ତୁଳସୀ ଗଛ
ଭଗବାନ ବିଷ୍ଣୁ ଏବଂ ଶ୍ରୀକୃଷ୍ଣ ତୁଳସୀଙ୍କୁ ବହୁତ ଭଲ ପାଆନ୍ତି। ଜନ୍ମାଷ୍ଟମୀ ପୂର୍ବରୁ ତୁଳସୀ ଗଛ ଲଗାଇବା କିମ୍ବା ପୁରୁଣା ଗଛର ବିଶେଷ ଯତ୍ନ ନେବା ପୁଣ୍ୟ ବୋଲି ମାନାଯାଏ। ତୁଳସୀ ବିନା ଶ୍ରୀକୃଷ୍ଣଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ।
ଶଙ୍ଖ
ଧାର୍ମିକ ଦୃଷ୍ଟିକୋଣରୁ ଶଙ୍ଖର ଶବ୍ଦକୁ ଅତ୍ୟନ୍ତ ପବିତ୍ର ଏବଂ ଶକ୍ତିଶାଳୀ ବୋଲି କୁହାଯାଏ। ଜନ୍ମାଷ୍ଟମୀ ପୂର୍ବରୁ ଘରକୁ ଶଙ୍ଖ ଆଣି ପୂଜା ସ୍ଥାନରେ ରଖିବା ଏବଂ ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୁଏ ଏବଂ ପରିବେଶ ଶୁଦ୍ଧ ହୁଏ।