fbpx
BSKY SKY
BSKY SKY

ବିରାଟ କୋହିଲିଙ୍କ ଡିପ୍ରେସନକୁ ନେଇ କେ ଆର କେଙ୍କ ଟୁଇଟ୍: କହିଲେ ଏହା ହେଉଛି ବିବାହର ପରିଣାମ

BSKY

ମୁମ୍ବାଇ: ସିନେ କ୍ରିଟକି KRK ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି । ଏଥିସହିତ ଭିନ୍ନ ଭିନ୍ନ ବଷୟରେ ନିଜର ସେ ତାଙ୍କର ମତ ଦେଇଥାନ୍ତି । ତେବେ KRK ସିନେମାଠାରୁ ଆରମ୍ଭ କରି ରାଜନୀତି ଏପରିକି ଦେଶ ବିଦେଶ କଥାରେ ମଧ୍ୟ ଟ୍ୱିଟ କରିଥାନ୍ତି । କିନ୍ତୁ ଏହାରି ମଧ୍ୟରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଡିପ୍ରେସନକୁ ନେଇ KRK ଏକ ଟ୍ୱିଟ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

KRK ବିରାଟ କୋହଲିଙ୍କ ଡିପ୍ରେସନ ପାଇଁ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଦାୟୀ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସେ ଟ୍ରୋଲର ଶିକାର ହୋଇଛନ୍ତି । ତେବେ KRK ବିରାଟଙ୍କ ଏକ ଫଟୋ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିସହିତ ସେ ଟ୍ୱିଟରେ ଲେଖିଛନ୍ତି ବିରାଟ ହେଉଛନ୍ତି ଭାରତର ପ୍ରଥମ ଖେଳାଳୀ ଯିଏକି ଡିପ୍ରେସନରେ ଗତି କରୁଛନ୍ତି । ତେବେ ଏହାର କାରଣ ହେଉଛି ସେ ଜଣେ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି ।

KRK ତାଙ୍କ ଟ୍ୱିଟର ଆକାଉଣ୍ଟରେ ବିରାଟ କୋହିଲିଙ୍କର ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ଲେଖା ଥିଲା ଯେ ମୁଁ ଏହି କଥାକୁ ସ୍ୱିକାର କରୁଛି ଯେ ମୁଁ ମାନସିକ ଭାବରେ ଠିକ୍ ନାହିଁ । ଏହା ଏକ ସାଧାରଣ କଥା । ତେବେ ଏହାକୁ ନେଇ KRK ନିଜର ମତ ଦେଇଥିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି । ତେବେ KRKଙ୍କ ଏହି ଟ୍ୱିଟକୁ ନେଇ ଅନେକ ୟୁଜର୍ସ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଏଥିସହିତ କିଛି ୟୁଜର୍ସମାନେ KRKଙ୍କୁ ତାଙ୍କର ଏହି ଟ୍ୱିଟ ପାଇଁ ଟ୍ରୋଲ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.