fbpx

କୂଅରୁ ଉଦ୍ଧାର ହେଲା ନରକଙ୍କାଳ: ପୋଲିସର ତଦନ୍ତ ଆରମ୍ଭ

Advertisement

ପୋଲସରା: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ନରକଙ୍କାଳ ଓ ଖପୁରୀ । ବୁଗୁଡ଼ା ଥାନା ଚଢ଼ିଆପଲ୍ଲୀ ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର ହୋଇଛି ଏହି ନରକଙ୍କଳା । ଏହା ସହ କୂଅ ନିକଟ ଏକ ଗଛ ମୂଳରୁ ମହିଳାଙ୍କ ବ୍ୟବହୃତ ସାମଗ୍ରୀ ଏବଂ ପର୍ସ ଉଦ୍ଧାର । ତେବେ ଉଦ୍ଧାର ହୋଇଥିବା ନରକଙ୍କାଳ ଓ ମୁଣ୍ଡ ଜଣେ ଯୁବତୀଙ୍କର ହୋଇଥିବା ସନ୍ଦେହ କରୁଛି ପୋଲିସ୍ ।

ସେପଟେ ମୃତଦେହ ଉଦ୍ଧାର କରିବା ପରେ ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି ପୋଲିସ୍ । ଏହା ସହ ମାମଲାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । କେବେ ଏବଂ କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହେଲା ଏବଂ ମୃତଦେହ କିପରି କୂଅ ଭିତରକୁ ଆସିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ୍ ।

 

Get real time updates directly on you device, subscribe now.