fbpx

ଘର ଭିତରେ ଭୟଙ୍କର ବିସ୍ଫୋରଣ, ୨ ମୃତ, ୩ ଗୁରୁତର

କୁକୁଡାଖଣ୍ଡି, ୧୯ ।୪ (ଓଡିଶା ଭାସ୍କର) : ଗଞ୍ଜାମ ଜିଲ୍ଲା ସଦର ଥାନା କୁକୁଡାଖଣ୍ଡି ଗାଁରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଠାରେ ଗୋଟିଏ ଘର ଭିତରେ ବିସ୍ଫୋରଣ ଘଟିଥିବା ସୁଚନାରୁ ଜଣାପଡିଛି । ବିସ୍ଫୋରଣରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ମରିଥିବା ବେଳେ ଅନ୍ୟ ଜଣେ ଏମକେସିଜିରେ ପହଞ୍ଚିବାପରେ ପ୍ରାଣ ହରାଇଛି । ଏଥିସହିତ ଅନ୍ୟ ୩ ଗୁରୁତରଙ୍କୁ ବର୍ତ୍ତମାନ ଏମକେସିଜି ରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।  ସେମାନଙ୍କ ଚିକିତ୍ସା ଜାରି ରହିଥିବା ସୁଚନା ମିଳିଛି ।

ସୁଚନା ଯେ, ବିସ୍ଫୋରଣ ହୋଇଥିବା ଘରେ ଜିଲୋଟିନ୍ ରଖାଯାଇଥିଲା । କ୍ରସରରେ ବ୍ୟବହୃତ ହେଉଥିବା ଜିଲୋଟିନ୍ ସେଠାରେ ରଖାଯାଇଥିଲା । ସେଥିରେ ହିଁ ବିସ୍ଫୋରଣ ଘଟିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.