ମୁମ୍ବାଇ: ଶିବସେନା କର୍ମୀମାନେ “ଦି ୟୁନିକଣ୍ଟିନେଣ୍ଟାଲ ମୁମ୍ବାଇ”ର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଯେଉଁଠାରେ ଷ୍ଟାଣ୍ଡ-ଅପ୍ ହାସ୍ୟାଭିନେତା କୁନାଲ କାମରା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପରିହାସ କରିଥିଲେ। ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାୟର କରିବା ପାଇଁ ଦଳର ସଦସ୍ୟମାନେ ଖାର ପୋଲିସ ଷ୍ଟେସନରେ ମଧ୍ୟ ଏକତ୍ରିତ ହୋଇଛନ୍ତି।
ହାସ୍ୟାଭିନେତା ମୁମ୍ବାଇର ଖାର ସ୍ଥିତ ହୋଟେଲରେ ଏକ ପ୍ରଦର୍ଶନ ସମୟରେ ଉପମୁଖ୍ୟମନ୍ତ୍ରୀଙ୍କୁ “ବିଶ୍ୱାସଘାତକ” (ଗଦ୍ଦର) ବୋଲି କହି ବିବାଦ ସୃଷ୍ଟି କରିଥିଲେ। ସେ “ଦିଲ୍ ତୋ ପାଗଲ୍ ହେ” ର ଏକ ହିନ୍ଦୀ ଗୀତର ପରିବର୍ତ୍ତିତ ସଂସ୍କରଣ ବ୍ୟବହାର କରିଥିଲେ।
ଏଥିରେ ସେ ସିନ୍ଦେଙ୍କ ଦ୍ୱାରା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏବଂ ଅବିଭକ୍ତ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ୨୦୨୨ ରେ ହୋଇଥିବା ବିଦ୍ରୋହର ଏକ ଇଙ୍ଗିତ ଥିଲା।ତାଙ୍କର ମନ୍ତବ୍ୟ ପରେ ଶିବସେନା କାର୍ଯ୍ୟକର୍ତ୍ତାଙ୍କୁ ପକ୍ଷରୁ କଡ଼ା ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା, ଯେଉଁମାନେ ତାଙ୍କ ଗିରଫଦାରୀ ଦାବି କରିଥିଲେ। ଦଳର ସମର୍ଥକ ଏବଂ ସଦସ୍ୟମାନେ “ଦି ୟୁନିକଣ୍ଟିନେଣ୍ଟାଲ ମୁମ୍ବାଇ” କାର୍ଯ୍ୟାଳୟକୁ ଟାର୍ଗେଟ କରିଥିଲେ, ଯେଉଁଠାରେ ଏହି ଶୋ’ ଅନୁଷ୍ଠିତ ହୋଇଥିଲା।
Maharashtra ❤️❤️❤️ pic.twitter.com/FYaL8tnT1R
— Kunal Kamra (@kunalkamra88) March 23, 2025
ଅନ୍ୟପଟେ ଶିବସେନା ୟୁବିଟି ନେତା ଆଦିତ୍ୟ ଠାକରେ, ଏକ୍ସରେ ଏକ ପୋଷ୍ଟରେ, ଯାହା ପୂର୍ବରୁ ଟ୍ୱିଟର ଥିଲା, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଥିଲେ।
Mindhe’s coward gang breaks the comedy show stage where comedian @kunalkamra88 put out a song on eknath mindhe which was 100% true.
Only an insecure coward would react to a song by someone.
Btw law and order in the state?
Another attempt to undermine the CM and Home Minister…
— Aaditya Thackeray (@AUThackeray) March 23, 2025
ସେପଟେ ଥାନେର ଲୋକସଭା ସାଂସଦ ନରେଶ ମହସ୍କେ ଅଭିଯୋଗ କରିଛନ୍ତି ଯେ କୁନାଲ କାମରା ଉଦ୍ଧବ ଠାକରେଙ୍କଠାରୁ ଟଙ୍କା ଗ୍ରହଣ କରିଛନ୍ତି ଏବଂ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରୁଛନ୍ତି।
“କମରା ଜଣେ ଚୁକ୍ତିଭିତ୍ତିକ ହାସ୍ୟ ଅଭିନେତା। କିନ୍ତୁ ତାଙ୍କୁ ସାପର ଲାଞ୍ଜରେ ପାଦ ଦେବା ଉଚିତ୍ ନଥିଲା। ଥରେ ଫାନ୍ ବାହାରିଗଲେ, ଏହାର ଭୟଙ୍କର ପରିଣାମ ହେବ,” ସେ ଆହୁରି ମଧ୍ୟ କହିଛନ୍ତି।
“ଆମେ ନିଶ୍ଚିତ କରିବୁ ଯେ ତୁମେ ସାରା ଦେଶରେ ମୁକ୍ତ ଭାବରେ ବିଚରଣ କରିପାରିବ ନାହିଁ। ଆମେ ସ୍ୱର୍ଗତ ବାଲାସାହେବ ଠାକରେଙ୍କ ଶିବସୈନିକ। ଯଦି ଆମେ ତୁମକୁ ଅନୁସରଣ କରିବା ଆରମ୍ଭ କରୁ, ତେବେ ତୁମକୁ ଦେଶ ଛାଡିବାକୁ ପଡିବ,” ସେ ଆହୁରି ମଧ୍ୟ କହିଛନ୍ତି।