fbpx

କେନ୍ଦ୍ରୀୟ ବିଦ୍ୟାଳୟରେ ୪୦ ହଜାର ପଦବୀ ପାଇଁ ହେବ ନିଯୁକ୍ତି , ପୂରଣ ହେବ ଏହିସବୁ ପୋଷ୍ଟ

କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଖୁବ୍ ଶୀଘ୍ର ୪୦ ହଜାରରୁ ଅଧିକ ଖାଲି ପଦବୀ ନିଯୁକ୍ତି କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ନିଯୁକ୍ତି ଟିଚିଂ ଓ ନନ୍-ଟିଚିଂ ପଦବୀରେ ରହିବ । ଏଥିରେ ଟିଜିଟି, ପିଜିଟି, କ୍ଲର୍କ ଏବଂ ପିଅନ୍ ପୋଷ୍ଟଗୁଡିକ ଅନ୍ତର୍ଭୂକ୍ତ ହେବ ।

ମିଡିଆ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ମାସରେ କେଭିଏସ୍ ନିଯୁକ୍ତି ୨୦୨୪ ପାଇଁ ବିଜ୍ଞପ୍ତି ଜାରି କରାଯିବ । ତେବେ, କେଭିଏସ୍ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିବାର ତାରିଖ ଘୋଷଣା କରି ନାହିଁ । କେଭିଏସ୍ ନିଯୁକ୍ତି ୨୦୨୪ ର ବିଜ୍ଞପ୍ତି କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ୍ kvsangathan.nic.in ୱେବସାଇଟରେ ପ୍ରକାଶ ପାଇବ ।

ଖବର ଅନୁଯାୟୀ, ଟ୍ରେନିଂ ଗ୍ରାଜୁଏଟ୍ ଶିକ୍ଷକ, ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ, କିରାଣୀ ଏବଂ ପିଅନ୍ ପଦବୀରେ କେଭିଏସରେ ନିଯୁକ୍ତି କରାଯିବ । ଗତ ବର୍ଷ ଏହି ସଂସ୍ଥା ୧୩୦୦୦ ଖାଲି ପଦବୀ ନିଯୁକ୍ତ କରିଥିଲା ।

କିଏ ଆବେଦନ କରିପାରିବ?

କେନ୍ଦ୍ରୀୟ ବିଦ୍ୟାଲୟ ସଂଗଠନରେ ଖାଲିଥିବା ପଦବୀ ପାଇଁ ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ-କଲେଜରୁ ଦ୍ୱାଦଶ ପାସ୍ କରିବା ବ୍ୟତୀତ ଡିପ୍ଲୋମା, ଡିଏଲଏଡ, ଗ୍ରାଜୁଏଟ୍ ବା ବିଏଡ୍ ର ଡିଗ୍ରୀ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ଟିଜିଟି ପାଇଁ ଜଣେ ପ୍ରାର୍ଥୀ ୫୦ ପ୍ରତିଶତ ମାର୍କ ସହିତ ସ୍ନାତକ ଡିଗ୍ରୀ ହାସଲ କରିବା ଆବଶ୍ୟକ । ସେହି ସମୟରେ ପିଜିଟି ପାଇଁ ଜଣେ ପୋଷ୍ଟ ଗ୍ରାଜୁଏସନ୍ କରିବା ଉଚିତ୍ । ପିଆରଟି ପାଇଁ, ଜଣେ ପ୍ରାର୍ଥୀ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଦୁଇ ବର୍ଷର ଡିପ୍ଲୋମା ସହିତ ସିନିୟର ସେକେଣ୍ଡାରୀ ପରୀକ୍ଷାରେ ଅତି କମରେ ୫୦% ମାର୍କ ଥିବା ଆବଶ୍ୟକ ।

Get real time updates directly on you device, subscribe now.