ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି: ଡାଟା ଏଣ୍ଟ୍ରି ଅପରେଟର ଓ ଲ୍ୟାବ୍ ଟେକ୍ନିସିଆନ୍ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଲାବରେଟୋରୀ ଟେକ୍ନିସିଆନ୍ ଓ ଡାଟା ଏଣ୍ଟ୍ରି ଅପରେଟର ପଦରେ ନିଯୁକ୍ତି ଦିଆଯିବ । ଲାବରେଟୋରୀ ଟେକ୍ନିସିଆନ୍ ପାଇଁ ମାସିକ ବେତନ ୩୦ ହଜାର ଟଙ୍କା ରହିଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ପାଇଁ ମାସିକ ବେତନ ୨୦ ହଜାର ଟଙ୍କା ରଖାଯାଇଛି । ଏଥିରେ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତି ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ବଲାଙ୍ଗିର ତରଫରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଆସନ୍ତା ୨୧ ତାରିଖ ସୁଦ୍ଧା ସ୍ପିଡ ପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ଧାର୍ଯ୍ୟ ଠିକଣାରେ ନିଜ ନିଜର ଆପ୍ଲିକେସନ ଫର୍ମ ପଠାଇବାକୁ ଅନୁରୋଧ । ଡକ୍ୟୁମେଣ୍ଟ ଭେରିଫିକେସନ ଓ ସାକ୍ଷାତକାର ତାରିଖ ବାବଦରେ ପ୍ରାର୍ଥୀଙ୍କୁ ପରେ ସୂଚିତ କରାଇ ଦିଆଯିବ । ଯୁକ୍ତଦୁଇ ବିଜ୍ଞାନ ପାସ ସହିତ ବର୍ଷର ଡିଏଲଏମଟି କିମ୍ବା ଏମଏଲଟିରେ ବି.ଏସସି କରିଥିବା ପ୍ରାର୍ଥୀ ଲ୍ୟାବ୍ ଟେକ୍ନିସିଆନ୍ ପଦରେ ଆବେଦନ କରିପାରିବେ । ସେହିପରି ସ୍ନାତକ ସହିତ ପିଜିଡିସିଏ ପାସ କରିଥିବା ପ୍ରାର୍ଥୀ ଡିଇଓ ପଦ ପାଇଁ ଆବେଦନ କରିପାରିବେ ।
ନୋଟିଫିକେସନ ଲିଙ୍କ: https://balangir.odisha.gov.in/sites/default/files/2024-10/Advt.%20No.%205972.pdf