ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଯେ କୌଣସି ମେଶିନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଛୋଟ ହେଉ କି ବଡ଼, ଯେ କୌଣସି ମେଶିନ ଚାଲିଥିବା ସମୟରେ ଟିକିଏ ଅନ୍ୟମନସ୍କ ହେଲେ ଜୀବନ ଚାଲିଯାଇଥାଏ । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଜଣେ ଶ୍ରମିକ ମେଶିନ ଭିତରେ ପଶିଯାଇଥିବା ଘଟଣା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଜିରାବାଡ଼ି ଗୋଲାସାହି ନିକଟରେ ଏହି ଅଘଟଣ ଘଟିଥିଲା । ମେଶିନ ଚାଲୁଥିବା ସମୟରେ ସେଥିରେ ଜଣେ ଶ୍ରମିକ ପଶିଯାଇଥିଲେ । ଧାନ ଅମଳ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ମେଶିନରେ ଚାଷୀ ଜଣଙ୍କ ପୂରା ପେଶି ହୋଇଯାଇଥିଲେ । ମୃତକଙ୍କ ନାମ ଟୁଲୁ ବୋଲି ଜଣାପଡ଼ିଛି । ଏପରି ଏକ ଦୟନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଚାଷୀ ଟୁଲୁଙ୍କ ଜୀବନ ଏମିତି ଚାଲିଯିବ ବୋଲି କେହି ବି କଳ୍ପନା କରିନଥିଲେ । ଅକାଳରେ ଟୁଲୁଙ୍କୁ ହରାଇ ସାରା ପରିବାର ଆଜି ମୁଣ୍ଡ ପିଟି କାନ୍ଦୁଛନ୍ତି । ବାଡ଼ିରେ ରଖାଯାଇଥିବା ଧାନକୁ ଟୁଲୁ ମେଶିନ ଦ୍ୱାରା ଅମଳ କରୁଥିଲେ । ମାତ୍ର ସେହି ମେଶିନ ହିଁ ଆଜି ତାଙ୍କର ଜୀବନ ନେଇଯାଇଛି । ଜଣେ ଟ୍ରାକ୍ସର ମାଲିକଙ୍କ ପାଖରେ ରହି ଲୁଟୁ ଦୀର୍ଘବର୍ଷ ହେଲା ଜଣେ ଶ୍ରମିକ କାମ କରୁଥିଲେ । ଧାନ ଗଦା ପାଖରେ ରହିଥିବା ଧାନ ମେଶିନରେ ଯେତେବେଳେ ଟୁଲୁ ଧାନ ବିଡ଼ା ପକାଇଥିଲେ ଠିକ୍ ସେତିକି ବେଳେ ଧାନ ମେଶିନ ତାଙ୍କୁ ଟାଣି ନେଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ଏହି ଘଟଣା ପରେ ମେଶିନ ଚଳାଉଥିବା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସୂଚନା ପାଇ ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ଥାନା ପୋଲିସ ପହଞ୍ଚି ମେଶିନ ଭିତରୁ ମୃତଦେହକୁ ଉଦ୍ଧାର କରିଥିଲା ।