ଗିରଫ ହେଲା ‘ଲେଡ଼ି ଡ଼ନ୍’, ଗ୍ୟାଙ୍ଗଷ୍ଟର ସ୍ୱାମୀ ପରେ ପତ୍ନୀକୁ ବାନ୍ଧିବାରେ ସଫଳ ହେଲା ପୋଲିସ

ଦିଲ୍ଲୀ ପୋଲିସକୁ ମିଳିଲା ବଡ଼ ସଫଳତା। ଦୀର୍ଘ ଦିନ ହେବ ପୋଲିସ ଆଖିରେ ଧୂଳି ଦେଇ କଳା ସାମ୍ରାଜ୍ୟର ପାଲଟିଥିଲା ଲେଡ଼ି ଡ଼ନ୍। ହେଲେ ଏବେ ପୋଲିସ ହାତରେ ଧରାପଡ଼ି ଜେଲ୍ ଗଲା।

ନୂଆଦିଲ୍ଲୀ: ଦୀର୍ଘ ଦିନର ଚୋର ପୋଲିସ ଖେଳ ଭିତରେ ଶେଷରେ ଧରା ପଡ଼ିଲା ଲେଡ଼ି ଡ଼ନ୍। ପୋଲିସକୁ ସବୁ ପରିସ୍ଥିତିରେ ଚକମା ଦେଇ ଖସି ଯିବାରେ ସଫଳ ହେଉଥିବା ଲେଡ଼ି ଡ଼ନ୍ ଜୋୟା ଖାନକୁ ଶେଷରେ ଗିରଫ କରିଛି ଦିଲ୍ଲୀ ପୋଲିସ।

ପୂର୍ବରୁ ଲେଡି ଡନଙ୍କ ଗ୍ୟାଙ୍ଗଷ୍ଟର ସ୍ୱାମୀ ହାସିମ୍ ବାବାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥଲା। ହାସିମଙ୍କ ନାଁରେ ହତ୍ୟା, ଚୋରି ଭଳି ବିଭିନ୍ନ ସଙ୍ଗୀନ ଅଭିଯୋଗ ଥିଲା। ଯେଉଁଥିପାଇଁ ଦିଲ୍ଲୀ ପୋଲିସ ହସିମାଙ୍କୁ ଗିରଫ ଥିଲେ ସୁଦ୍ଧା ତାଙ୍କୁ ସବୁ କାର୍ଯ୍ୟରେ ସାତ୍ ଦେଉଥିବା ତାଙ୍କ ପତ୍ନୀ ତଥା ଲେଡି ଡନଙ୍କୁ ପୋଲିସ ଗିରଫ କରିପାରୁନଥିଲା।

ଲେଡ଼ି ଡ଼ନ୍ ଗିରଫ: ହେଲେ ଶେଷରେ ଦିଲ୍ଲୀ ପୋଲିସକୁ ବଡ଼ ସଫଳତା ମିଳିଛି। ଜୋୟା ଖାନଙ୍କୁ ୨୭୦ ଗ୍ରାମର ଡ୍ରଗ୍ସ ସହ ଗିରଫ କରିଛି ଦିଲ୍ଲୀ ପୋଲିସ। ଯାହାର ମୂଲ୍ୟ ପାଖାପାଖି ଏକ କୋଟି ଟଙ୍କା ହେବ ବୋଲି ଅନୁମାନ କରୁଛି ପୋଲିସ।

ତେବେ ଲେଡି ଡନ୍ ଜୋୟା ଖାନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା କଥା ପୋଲିସ ଜାଣିଥିଲେ ମଧ୍ୟ ଗିରଫ କରିପାରୁନଥିଲା। ଯେହେତୁ ଜୋୟାଙ୍କ ବିରୋଧରେ ସେପରି କିଛି ଠୋସ ପ୍ରମାଣ ନଥିଲା। ଗ୍ୟାଙ୍ଗଷ୍ଟର ସ୍ୱାମୀଙ୍କ କଳା ସାମ୍ରାଜ୍ୟକୁ ଚଲାଉଥିଲା ୩୩ ବର୍ଷୀୟ ପତ୍ନୀ ଜୋୟା ଖାନ।

କହିବାକୁ ଗଲେ ଜୋୟା ଅପରାଧ କରୁଥିଲା ସତ କିନ୍ତୁ ପୋଲିସ ଠାରୁ ଦୁଇ ପାଦ ଆଗରେ ରହୁଥିଲା। ଅପରାଧ କରିବା ପରେ ମଧ୍ୟ କୌଣସି ପ୍ରମାଣ ଛାଡୁ ନଥିଲା। ତେଣୁ ପୋଲିସ ଜୋୟାକୁ ଧରିବା ପାଇଁ ବିଭିନ୍ନ ପ୍ରକାର ଫନ୍ଦି କରୁଥିଲେ ମଧ୍ୟ ତାକୁ ଧରିପାରୁନଥିଲା।

 ସ୍ୱୀମା-ସ୍ତ୍ରୀଙ୍କ ରାଜ୍: ତେବେ ହାସିମ୍ ବାବାଙ୍କ ବିରୋଧରେ ହତ୍ୟା ଏବଂ ଦାଦାବଟି ଆଦାୟଠାରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପର୍ଯ୍ୟନ୍ତ ଅନେକ ମାମଲା ରହିଛି। ହେଲେ ଯଦି ଦେଖିବା ଗ୍ୟାଙ୍ଗଷ୍ଟରର ପତ୍ନୀ ଜୋୟା ଖାନ ତାଙ୍କର ପ୍ରଥମ ପତ୍ନୀ ନୁହେଁ।

ସେ ତାଙ୍କର ତୃତୀୟ ପତ୍ନୀ। ହାସିମଙ୍କୁ ଜୋୟା ବିବାହ କରିବା ପୂର୍ବରୁ ମଧ୍ୟ ଆଉ ଜଣଙ୍କୁ ବିବାହ କରିଥିଲେ। ହେଲେ ଛାଡ଼ପତ୍ର ପରେ ତାଙ୍କର ହାସିମଙ୍କ ସହ ବନ୍ଧୁତା ବଢିଥିଲା। ପରେ ୨୦୧୭ ମସିହାରେ ଦୁହେଁ ବିବାହ କରିଥିଲେ।

ଦୁହେଁ ବାହାଘର ପୂର୍ବରୁ ଦିଲ୍ଲୀର ଗୋଟିଏ ସ୍ଥାନରେ ରହୁଥିଲେ। ଦୁହେଁ ଦୁହିଁଙ୍କର ପଡୋଶୀ ଥିଲେ। ଯେଉଁଠାରୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ପରେ ଦୁହେଁ ବିବାହ କରିଥିଲେ। ଆଉ ଗ୍ୟାଙ୍ଗଷ୍ଟର ସ୍ୱାମୀର କଳା ସାମ୍ରାଜ୍ୟର ମହାରାଣୀ ହୋଇଥିଲା ଜୋୟା।

ପରେ ଯେତେବେଳେ ହାସିମଙ୍କୁ ପୋଲିସ ଗିରଫ କରିଥିଲା। ସେତେବେଳେ କିନ୍ତୁ ଜୋୟାକୁ ଦିଲ୍ଲୀ ପୋଲିସ ଗିରଫ କରିବାରେ ବିଫଳ ହୋଇଥିଲା। ତେଣୁ ଗ୍ୟାଙ୍ଗଷ୍ଟର ସ୍ୱାମୀର ଅପରାଧିକ ସାମ୍ରାଜ୍ୟକୁ ଚଲାଉଥିଲା ଜୋୟା। ହେଲେ ଏବେ ନିଜେ ପୋଲିସ ହାତରେ ଗିରଫ ହେଲା।