ମହିଳା Food Bloggerଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଆଣିଲା ହତ୍ୟା ଅଭିଯୋଗ

ହଷ୍ଟେରର ଲାଟିନରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଏହି ଫୁଡବ୍ଲଗର ଜଣକ କେନ୍ଦ୍ରାପଡାର

ଭୁବନେଶ୍ୱର- ରାଜଧାନୀର ପଟିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ମହିଳା ଫୁଡ ବ୍ଲଗର ପଟିଆ ଅଞ୍ଚଳରେ ରହୁଥିବା ହଷ୍ଟେଲରେ ଜୀବନ ହାରିଛନ୍ତି । ହଷ୍ଟେରର ଲାଟିନରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଏହି ଫୁଡବ୍ଲଗର ଜଣକ କେନ୍ଦ୍ରାପଡାର ହୋଇଥିବା ବେଳେ ଭୁବନେଶ୍ୱରର ଏକ ହଷ୍ଟେଲରେ ୩ ବର୍ଷ ହେଲା ରହିଆସୁଥିଲେ ।

ପଟିଆର ଆଦର୍ଶ ବିହାର ଅଞ୍ଚଳରେ ଥିବା ଏକ ହଷ୍ଟେଲରେ ଯୁବତୀ ଜଣକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ସେ ଏକ ବିଲ୍ଡର ସଂସ୍ଥାରେ କାମ କରିବା ସହ ଫୁଡ ବ୍ଲଗିଂ କରୁଥିଲେ । ଏହି କାମରେ ସେ ମଧ୍ୟ ପରିଚୟ ହାସଲ କରିଥିଲେ ।

ତାଙ୍କ ମୃତଦେହ ଠାବ ପରେ ପୋଲିସ ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ପୋଲିସ ଓ ହଷ୍ଟେଲ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣୁଛନ୍ତି ।

ଆମ ଝିଅ ଏମିତି କରିବ ନାହିଁ : ଯୁବତୀଙ୍କ ବାପା, ମାଆ ଭୁବନେଶ୍ୱରରେ ପହଞ୍ଚିବା ପରେ ଅଭିଯୋଗ କରୁଛନ୍ତି କି, ସେ ବେଶ ଖୁସ ମିଜାଜର ପିଲା ଥିଲା । ଚାକିରି କରିଥିଲା । ଘରେ କୌଣସି ସମସ୍ୟା ନ ଥିଲା । ତା ପରେ କାହିଁକି ଝିଅ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବ ବୋଲି ପ୍ରଶ୍ନ କରିଛନ୍ତି ମୃତ ଯୁବତୀଙ୍କ ବାପା ।

ତାଙ୍କ ସନ୍ଦେହକୁ ନେଇ କହିଛନ୍ତି କି, ସେ ଫୋନ କରିବା ପରେ ହଷ୍ଟେଲରୁ କୁହାଗଲା ସେ ଅସୁସ୍ଥ ଶୀଘ୍ର ଆସନ୍ତୁ । ହଷ୍ଟେଲ ତରଫରୁ ସୂଚନା ଦିଆଯାଇ ନ ଥିଲା ।

କେମିତି ଜଣେ ଲାଟିନ ରୁମରେ ଆତ୍ମହତ୍ୟା କରିବ, ଯେତେବେଳେ କି ତାର ଗୋଡ ସମ୍ପୂର୍ଣ୍ଣ ଭୂଇଁରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ମହିଳା ଫୁଡ ବ୍ଲଗରଙ୍କ ବାପା ।