fbpx

ଦେହ ଦେଖାଇ ଲୁଟୁଛନ୍ତି ଯୁବତୀ, ଟଙ୍କା ପାଇଁ ଧମକାଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୁଟିବାର ନୂଆ କୌଶଳ । ଆଗରୁ ଶୁଣିବାକୁ ମିଳୁଥିଲା ‘ହନି ଟ୍ରାପ୍’ ବୋଲି ଶବ୍ଦଟିଏ । ଏହାର ଅର୍ଥ ଜଣଙ୍କୁ ଫସାଇବା ପାଇଁ ସୁନ୍ଦରୀ ଯୁବତୀଙ୍କୁ ନିୟୋଜିତ କରାଯିବା । କିନ୍ତୁ ଏଭଳି ଘଟଣାଟିଏ ଶୁଣିଲେ ଲୋକେ ମୁଣ୍ଡରେ ହାତ ଦେଉଥିଲେ ଆଉ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । କିନ୍ତୁ ଏବେ ଆଉ ସେଭଳି ଆଶ୍ଚର୍ଯ୍ୟ ଭଳି କିଛି ନାହିଁ । ନିଜେ ସୁନ୍ଦରୀ ଯୁବତୀମାନେ ଟଙ୍କା ରୋଜଗାର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି । ତେବେ ସେତିକିରେ ଅଟକୁନି କଥା, ସେ ଭିତରେ ରହିଛି ଲୁଟିବାର ଆଶା । ଅପରାଧିକ କାର୍ଯ୍ୟକଳାପରେ ମାତିଛନ୍ତି ଅନେକ ସୁନ୍ଦରୀ । ଅନଲାଇନ୍ରେ ଖୋଲାଦେହ ଦେଖାଇ ମାଗୁଛନ୍ତି ମୋଟା ରକମ, ଆଉ ଅରାଜି ହେଲେ ଦେଉଛନ୍ତି ଭିଡିଓ ଭାଇରାଲ୍ କରିଦେବାର ଧମକ ।

ଏଭଳି ସୁନ୍ଦରୀ ଅପରାଧୀଙ୍କ ଟାର୍ଗେଟ୍  ରେ ରହିଛନ୍ତି ଧନୀ ଶ୍ରେଣୀର ଯୁବଗୋଷ୍ଠୀ । ବ୍ୟବସାୟୀ ଓ ରାଜନୀତି ସହ ସମ୍ପୃକ୍ତ ଅନେକ ବ୍ୟକ୍ତିଙ୍କୁ ମଧ୍ୟ ଯୁବତୀମାନେ ଡିଜିଟାଲ୍ ଓ ସୋସିଆଲ୍ ପ୍ଳାଟଫର୍ମରେ ଟାର୍ଗେଟ୍ କରୁଛନ୍ତି । ସୋସିଆଲ୍ ସାଇଟ୍ ଜରିଆରେ ପ୍ରଥମେ ପଠାଉଛନ୍ତି ଫ୍ରେଣ୍ଡ୍ ରିକ୍ୱେଷ୍ଟ । ବାସ୍ ଆସେପ୍ଟ କରିଦେଲେ କଥା ସରିଲା । ମେସେଞ୍ଜର୍ରେ ଆରମ୍ଭ କରୁଛନ୍ତି ଚାଟ୍ ଏବଂ ମନଲୋଭା କଥା କହି ନିଜ ଆଡ଼କୁ ଆକର୍ଷିତ କରୁଛନ୍ତି । ବିଶ୍ୱାସ ଜିତିବା ପରେ ମାଗିନେଉଛନ୍ତି ହ୍ୱାଟସଅପ୍ ନମ୍ବର । ଏଇଠୁ ଆରମ୍ଭ ହୋଇଯାଏ ଅସଲ ଖେଳ । ଉଲଗ୍ନ ଫଟୋ ପଠାଇ ଉତ୍ତେଜିତ କରିବା ପରେ ଭିଡିଓ କଲ୍ କରୁଛନ୍ତି । ଯେମିତି ରିସିଭ୍ କରିବ, ଖୋଲିଦେବେ ସବୁ ପୋଷାକ ଆଉ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବି କହିବେ – ତୁମେ ବି ଖୋଲନା… ଆଉ ଯୁବତୀ ଦେହ ଲୋଭରେ ପଡ଼ି କେହି ଯଦି ଖୋଲିଦିଏ ପୋଷାକ, ସବୁ ହୋଇଗଲା ରେକର୍ଡ ବୋଲି ଜାଣ ।

ନିଜର ଲକ୍ଷ୍ୟ ପୂରଣର ପ୍ରଥମ ପାହାଚ ସରିବା ପରେ ଯୁବତୀ ଜଣଙ୍କ ମାଗିବେ ଟଙ୍କା । ଦେଖାଇଲି, ଏଥର ଟଙ୍କା ଦିଅ । ଯାହା ମନକୁ ଆସିଲା । ଯଦି ମନା କଲ ମଲ। ସୋସିଆଲ୍ ମିଡିଆରେ ସବୁ ରେକର୍ଡିଂ ଭାଇରାଲ୍ କରିଦେବାର ଧମକ ଦେବେ । ବାଧ୍ୟ ହୋଇ ସମ୍ପୃକ୍ତ ବ୍ୟକ୍ତି ଚୁପ୍ ଚାପ୍ ଟଙ୍କା ଦେବାକୁ ପଡ଼ିବ । ଏମିତି ଚାଲିଛି ଲୁଟ୍ । କିନ୍ତୁ ଫସୁଥିବା ଯୁବକ ବା ବ୍ୟକ୍ତି ଜଣଙ୍କ ସାଧାରଣରେ ନିଜର ନାଁ ପକାଇବାକୁ ଭୟ କରି ପୋଲିସ୍ରେ ମଧ୍ୟ ଅଭିଯୋଗ କରୁନାହାନ୍ତି । ଏହି କାରଣ ହିଁ ସୁନ୍ଦରୀ ଲୁଟେରାମାନଙ୍କୁ ପୁଣି ଆଉକାହାକୁ ଟାର୍ଗେଟ୍ କରିବାକୁ ଖୋରାକ ଯୋଗାଉଛି । ଏଦିଗରେ ପୋଲିସ୍ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିବା ଦରକାର ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

Get real time updates directly on you device, subscribe now.