ପ୍ରେମିକ ଦେଉଥିଲା ନାନା ନିର୍ଯାତନା, ସହିପାରିଲେନି ମହିଳା ପାଇଲଟ, ଶେଷରେ…

ମୁମ୍ବାଇ- ମୁମ୍ବାଇର ଅନେ୍ଧରୀ ଅଞ୍ଚଳରେ ଜଣେ ମହିଳା ପାଇଲଟ ଆତ୍ମହତ୍ୟା କରିଛନ୍ତି । ୨୫ ବର୍ଷୀୟା ସୃଷ୍ଟି ତୁଲିଙ୍କ ମୃତଦେହ ତାଙ୍କ ଭଡା ଘରୁ ମିଳିଛି । ମାମଲାରେ ପୋଲିସ ମୃତ ସୃଷ୍ଟିଙ୍କ ପ୍ରେମିକକୁ ଗିରଫ କରିଛି । ସେ ହିଁ ଆତ୍ମହତ୍ୟା ପାଇଁ ସୃଷ୍ଟିଙ୍କୁ ଉସକେଇଥିବା ତଥା ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ସୃଷ୍ଟିଙ୍କ ପରିବାର ତରଫରୁ ସୃଷ୍ଟିଙ୍କ ପ୍ରେମିକ ୨୭ ବର୍ଷୀୟ ଆଦିତ୍ୟାଙ୍କ ନାଁରେ ଅଭିଯୋଗ ହୋଇଥିଲା କି ସେ ସୃଷ୍ଟିଙ୍କୁ ଆମିଷ ଖାଇବାକୁ ଦେଉନଥିଲେ । ତାଙ୍କୁ ସର୍ବସମ୍ମୁଖରେ ଅପମାନିତ କରୁଥିଲେ । ଯାହାକୁ ନେଇ ସୃଷ୍ଟି ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ଓ ଶେଷରେ ଆତ୍ମହତ୍ୟା କଲେ ।

ପୋଲିସ ମୁତାବକ, ୨୫ ବର୍ଷୀୟା ସୃଷ୍ଟି ଓ ତାଙ୍କ ପ୍ରେମିକ ଆଦିତ୍ୟ ପାଇଲଟ ହେବାକୁ ପରୀକ୍ଷା ଦେଉଥିବା ବେଳେ ଗତବର୍ଷ ସୃଷ୍ଟି ଏଥିରେ କୃତକାର୍ଯ୍ୟ ହୋଇ ପାଇଲଟ ଭାବେ କାମ କରୁଥିଲେ । ତେବେ ଉଭୟଙ୍କ ଭିତରେ ଅନେକ ସମୟରେ ଝଗଡା ହେଉଥିଲା । ଆଦିତ୍ୟା ସୃଷ୍ଟିଙ୍କ ଉପରେ ନାନା କଟକଣା ଲଗାଇଥିଲା । ଏଥିସହ ସର୍ବସାଧାରଣ ଯାଗାରେ ସୃଷ୍ଟିଙ୍କୁ ଅପମାନିତ କରିବା ସହ ମାରଧର କରୁଥିଲା । ଏମିତି କି ସୃଷ୍ଟିଙ୍କୁ ନନଭେଜ ପସନ୍ଦ ଥିବା ବେଳେ ଆଦିତ୍ୟ ମନାକରୁଥିଲା । ଏହାକୁ ନେଇ ସେ ଚିନ୍ତାଗ୍ରସ୍ତ ରହୁଥିଲେ ।

ରବିବାର ଡ୍ୟୁଟିରୁ ଆସିବା ପରେ ଉଭୟଙ୍କ ଭିତରେ ଝଗଡା ଖୁବ ଜୋରରେ ହୋଇଥିଲା ଓ ଆଦିତ୍ୟୁ ଦିଲ୍ଲୀ ପଳାଇଯାଇଥିଲେ । କିନ୍ତୁ ଅଧା ରାସ୍ତାରେ ସୃଷ୍ଟି ତାଙ୍କୁ ଫୋନ କରି ସେ ଆତ୍ମହତ୍ୟା କରୁଥିବା ଜଣାଥିଲେ । ତେଣୁ ଆଦିତ୍ୟ ପୁଣି ମୁମ୍ବାଇ ଫେରିଥିଲେ । ଘରେ ପହଞ୍ଚିବା ପରେ ସୃଷ୍ଟି ଘର ନ ଖୋଲିବାରୁ ଏକ ଚାବି ବାଲାକୁ ଡାକି ଘର ଖୋଲି ଦେଖିଥିଲା କି ସୃଷ୍ଟି ବେହୋସ ପଡିଛନ୍ତି । ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲା ।