fbpx

ଲଖିମପୁର ହିଂସାକାଣ୍ଡ: ପ୍ରିୟଙ୍କା-ଅଖିଳେଶ ଅଟକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ରବିବାର ଦିନ ହୋଇଥିବା ହିଂସାକାଣ୍ଡରେ ୪ ଜଣ ଚାଷୀଙ୍କର ମୃତ୍ୟୁ ହୋଇଯାଇଛି । ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମାଡ଼ି ଯାଇଥିବା ଜଣାପଡ଼ିଛି । ଏହାକୁ ନେଇ ଲକ୍ଷ୍ମୀପୁରର ଖିରୀରେ ହଙ୍ଗାମା ଜାରି ରହିଛି । ତେବେ ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ କାହାକୁ ବି ଅନୁମତି ଦିଆଯାଉନଥିବା ବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସୀତାପୁରରେ ଅଟକ ରଖାଯାଇଛି । ପୋଲିସ୍ ସେମାନଙ୍କୁ ହେପାଜତକୁ ନେଇଛି ।

ତେବେ ଏହି ବଡ଼ ଧରଣର ହିଂସାକାଣ୍ଡ ପରେ ଲଖିମପୁରର ଖିରୀରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ଏହି ସମୟରେ ଅଖିଳେଶ ଯାଦବ ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଉଥିବା ସମୟରେ ଲଖିମପୁର ବାହାରିଥିବା ବେଳେ ପୋଲିସ୍ ତାଙ୍କୁ ଅଟକାଇଥିଲା । ଏହା ବ୍ୟତୀତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ପଞ୍ଜାବ ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ବି କଟକଣା ଲଗାଯାଇଛି । ସେମାନଙ୍କ ପାଇଁ ଲକ୍ଷ୍ନୌ ବିମାନ ବନ୍ଦରରେ କଟକଣା ଲାଗୁ ହୋଇଛି ।

ତେବେ ଲଖିମପୁର ହିଂସାକାଣ୍ଡ ପରେ ଜମ୍ମୁ କଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଓମର୍ ଅବଦୁଲ୍ଲା ଟୁଇଟ୍ କରି କହିଛନ୍ତି ଯେ, ଉତ୍ତରପ୍ରଦେଶ ହେଉଛି ନୁତନ ଜମ୍ମୁ-କଶ୍ମୀର ।

Get real time updates directly on you device, subscribe now.