fbpx

ଲଖିମପୁର ହିଂସାକାଣ୍ଡ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

Advertisement

ନୂଆଦିଲ୍ଲୀ: ୟୁପି ଲଖିମପୁର ହିଂସାକାଣ୍ଡ ଘଟଣାରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ପ୍ରଧାନ ବିଚାରପତି ଏନଭି ରମଣାଙ୍କ ଖଣ୍ଡପୀଠରେ ଆଜି ହେବ ଲଖିମପୁର ମାମଲାର ଶୁଣାଣି । ହିଂସାକାଣ୍ଡକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ଆବେଦନରେ ଗୃହ ମନ୍ତ୍ରଣାଳୟ ଏବଂ ପୋଲିସ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ହିଂସା ଏବଂ ଉପଦ୍ରବ ମାମଲାରେ ଏକ ଉଚ୍ଚ ସ୍ତରୀୟ ନ୍ୟାୟିକ ତଦନ୍ତ କରାଯାଉ ବୋଲି ମଧ୍ୟ ଦାବି କରାଯାଇଛି। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସିବିଆଇକୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇପାରେ।

ସୂଚନାଯୋଗ୍ୟ, ଲଖିମପୁର ଖେରୀର ତିକୁନିଆରେ ରବିବାର ଦିନ ହିଂସାକାଣ୍ଡ ହୋଇଥିଲା । ଏଥିରେ ଚାରି ଜଣ ଚାଷୀଙ୍କ ସମେତ ୮ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାର ଅଭିଯୁକ୍ତ ଭାବରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ପୁଅ ଆଶିଷଙ୍କୁ ଦର୍ଶାାଯାଇଛି । ଏହି ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏନେଇ ରାଜନୈତିକ ମାହୋଲ ମଧ୍ୟ ସରଗରମ ରହିଛି ।

Get real time updates directly on you device, subscribe now.