fbpx

ସମୁଦ୍ରରେ ବିଲୀନ ହୋଇଯିବ ଲାକ୍ଷାଦ୍ଵୀପ!

Advertisement

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ବିଶେଷଜ୍ଞ ମାନେ ପରିବର୍ତ୍ତନ ହେଉଥିବା ଜଳବାୟୁକୁ ନେଇ ଅନେକ ପ୍ରକାରର ଅନୁଧ୍ୟାନ କରୁଥିବା ବେଳେ ଏବେ ଏକ ରୋଚକ ତଥ୍ୟ ଚିନ୍ତାରେ ପକାଇଛି । ପ୍ରକୃତରେ ବିଶ୍ୱର ସବୁଠାରୁ ଆକର୍ଷଣୀୟ ଏବଂ ସୁନ୍ଦର ଦ୍ୱୀପ ଲାକ୍ଷାଦ୍ଵୀପ ଏବେ ସମୁଦ୍ରରେ ବିଲୀନ ହେବାକୁ ଯାଉଛି । ନିକଟରେ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରତିବର୍ଷ ସମୁଦ୍ରର ଜଳସ୍ତର ୦.୪ ମିମିରୁ ୦.୯ ମିମି ପର୍ଯ୍ୟନ୍ତ ବଢ଼ିବ । ଏମିତି ଘଟିଲେ ଧିରେ ଧିରେ ଦ୍ବୀପ ମଧ୍ୟ ବୁଡ଼ିଯିବ । ଏହାର ମୁଖ୍ୟ କାରଣ ହେଉଛି ପ୍ରତିବର୍ଷ ଜଳର ସ୍ତର ବଢୁଥିବା ବେଳେ ସମୁଦ୍ର କ୍ଷୟ ହେବାରେ ଲାଗିଛି । ଯାହା ଲାକ୍ଷାଦ୍ଵୀପ ପାଇଁ ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି ।

ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ନେଇ ହୋଇଥିବା ଗବେଷଣାରେ ଏଭଳି ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଚେତଲାଟ ଏବଂ ଅମିନୀ ଭଳି ଦ୍ବୀପରେ ବଡ଼ କ୍ଷତି ହେବାର ଆଶଙ୍କା ରହିଛି । ଅଧ୍ୟୟନରେ କୁହାଯାଇଛି ଯେ ଲାକ୍ଷାଦ୍ଵୀପରେ ସମୁଦ୍ର ସ୍ତର ଧୀରେ ଧୀରେ ବୃଦ୍ଧି ପାଇ ବିମାନବନ୍ଦର ଏବଂ ବର୍ତ୍ତମାନର ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବ ।ବିଶେଷଜ୍ଞଙ୍କ କହିବା ମୁତାବକ, ଗ୍ରୀନ ହାଉସ ବା ସବୁଜ ଗୃହ ପ୍ରଭାବ ଯୋଗୁଁ ହେଉଥିବା ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ । ଏନେଇ ମିଳିତ ଭାବେ ତଥ୍ୟ ପ୍ରକାଶ କରିଛନ୍ତି ଡିପାର୍ଟମେଣ୍ଟ ଅଫ ଆର୍କିଟେକ୍ଚର ଆଣ୍ଡ ରିଜିଓନାଲ୍‌ ପ୍ଲାନିଂ, ଡିପାର୍ଟମେଣ୍ଟ ଅଫ ଓସେନ୍‌ ଇଞ୍ଜିନିୟରିଂ ଆଣ୍ଡ ନାଭାଲ୍‌ ଆର୍କିଟେକ୍‌ଚର, ଆଇଆଇଟି ଖଡ଼ଗପୁର ଏବଂ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ ସାଣ୍ଡ ଆଣ୍ଡ ଟେକନୋଲୋଜି ।

ପ୍ରୋଜେକ୍ସନ ମ୍ୟାପିଂ ଅନୁସାରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଦର୍ଶାଉଛି, ସମୁଦ୍ରର ଜଳସ୍ତର ବୃଦ୍ଧି ହେବା ଦ୍ୱାରା ଅମିନୀ ଦ୍ୱୀପର ୬୦-୭୦ ପ୍ରତିଶତ ଏବଂ ଚେତଲାଟର ୭୦-୮୦ ପ୍ରତିଶତ ଲୀନ ହୋଇଯିବ । ଏହା ସହ ଲାକ୍ଷାଦ୍ଵୀପର ରାଜଧାନୀ କବର୍ତ୍ତୀର ପ୍ରାୟ ୬୦ ପ୍ରତିଶତ ସ୍ଥଳଭାଗ ସମୁଦ୍ର ଗର୍ଭକୁ ଚାଲିଯିବ । ବୃହତ ଦ୍ୱୀପପୁଞ୍ଜ ମିନିକୋଇ ଏବଂ ରାଜଧାନୀ କବର୍ତ୍ତୀ ମଧ୍ୟ ସମୁଦ୍ର ପତ୍ତନ ବୃଦ୍ଧି କାରଣରୁ ଅସୁରକ୍ଷିତ ହୋଇରହିଛି ।

 

Get real time updates directly on you device, subscribe now.