fbpx

ବିଗିଡ଼ିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା: ଏୟାର ଆମ୍ବୁଲାନ୍ସରେ ନିଆଯିବ ଦିଲ୍ଲୀ

ପୁଣି ଅସୁସ୍ଥ ହୋପଡ଼ିଛନ୍ତି ଲାଲୁ ଯାଦବ । ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ଖରାପ । । କୁହାଯାଉଛି ତାଙ୍କର କ୍ରିଏଟିନିନ ଲେବୁଲ ୪.୧ ରୁ ବଢ଼ି ୪.୬ ହୋଇଯାଇଛି । ଲାଲୁଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିବାର ଦେଖି ମେଡିକାଲ ବୋର୍ଡର ବୈଠକ ଡକାଯାଇଛି । ତାଙ୍କୁ ଏମ୍ସ ରେଫର କରିବା ପାଇଁ ପ୍ରସ୍ତୁତି କରାଯାଉଛି ।

ଲାଲୁ ପ୍ରସାଦ ଯାଦବଙ୍କୁୁ ଚାରା କେଳେଙ୍କାରୀ ମାମଲାରେ ୨୧ ଫେବୃଆରୀ ରେ ୫ ବର୍ଷର ଦଣ୍ଡ ଶୁଣାଯାଇଥିଲା । ତାଙ୍କ ଉପରେ ୬୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଯାଇଥିଲା । ସିବିଆଇ ସ୍ୱତନ୍ତ୍ର କୋର୍ଟର ଜଜ ଏସକେ ଶଶୀ ଏହି ଦଣ୍ଡ ଶୁଣାଇଥିଲେ । ସିବିଆଇ ତରଫରୁ କୁହାଯାଇଥିଲା ଯେ ଲାଲୁ ଯାଦବ ଯେତେବେଳେ ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଏହି ସବୁ କେଳେଙ୍କାରୀ ହୋଇଛି, ଅର୍ଥାତ ତାଙ୍କୁ ଏହାର ସୂଚନା ରହିଥିଲା । ସିବିଆଇର ସ୍ପେଶାଲ କୋର୍ଟ ୧୫ ଫେବୃଆରୀରେ ଲାଲୁ ଯାଦବ ସହ ଅନ୍ୟ ଅଭିଯୁକ୍ତଙ୍କୁ ୧୩୯.୫ କୋଟି ଚାରା ଠକେଇରେ ଦୋଷୀ କହିଥିଲେ ।

Get real time updates directly on you device, subscribe now.