ଭୁବନେଶ୍ବର: ଏଣିକି ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ପଟ୍ଟା । ଏନେଇ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ । ସବୁ ସ୍କୁଲକୁ ଜମି ପଟ୍ଟା ଦିଆଯିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ଘୋଷଣା କରିଛନ୍ତି । ଡିସେମ୍ବର 30 ସୁଦ୍ଧା ସମସ୍ତ ସ୍କୁଲ ଏବଂ କଲେଜକୁ ଜମି ପଟ୍ଟା ଦିଆଯିବ । ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ସମସ୍ତେ ସ୍କୁଲ ଜମି ପଟ୍ଟା ପାଇବେ । ଏନେଇ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାଇଛି। ଶିକ୍ଷକମାନେ ପାଠପଢା ଛାଡି ତହସିଲ୍ ଅଫିସ୍ ଦୌଡିବାର କୌଣସି ଆବଶ୍ୟକତା ନାହିଁ । 20 ରାଜସ୍ବ ଗ୍ରାମ ନେଇ ପ୍ରସ୍ତାବ ରହିଥିଲା । ଗ୍ରାମରେ ଜନଗଣନା ମଧ୍ୟ ଆରମ୍ଭ ହୋଇସାରିଛି । ଡିସେମ୍ବର 30 ସୁଦ୍ଧା ସବୁ ସ୍କୁଲ ଏବଂ କଲେଜକୁ ଜମି ପଟ୍ଟା ଦିଆଯିବ ।”