fbpx

ଭଡ଼ାଟିଆଙ୍କ ଘରେ ପଶି ମହିଳାଙ୍କ ସହିତ ଦୁଷ୍କର୍ମ କଲା ଘରମାଲିକ, ୧୨ ବର୍ଷର ଝିଅକୁ ବି ଛାଡ଼ିଲାନି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଘର ମାଲିକ ଜୋରଜବରଦସ୍ତି ଭଡ଼ାଟିଆଙ୍କ ଘରେ ପଶି ଜଣେ ୩୮ ବର୍ଷୀୟା ମହିଳାଙ୍କ ସହିତ ଦୁଷ୍କର୍ମ କଲା । ଖାଲି ସେତିକି ନୁହେଁ ଘରେ ଥିବା ଗୋଟିଏ ୧୨ ବର୍ଷର ଝିଅକୁ ଛାଡ଼ିଲାନି । ତାସହିତ ବି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ଖବର ଅନୁସାରେ, ଦିଲ୍ଲୀରେ ପୀଡ଼ିତା ଜଣକ ଭଡ଼ାରେ ଗତ ୩ ବର୍ଷ ହେଲା ରହିଆସୁଛନ୍ତି । ସେ ଏକ ଫ୍ୟାକ୍ଟ୍ରିରେ କାମ କରୁଛନ୍ତି । ତେବେ ଘଟଣା ଦିନ ମହିଳା ଜଣକ ତାଙ୍କ ଘରେ ହିଁ ଥିଲେ । ଏହି ସମୟରେ ଘର ମାଲିକ ଜଣକ ମହିଳାଙ୍କ ଘରେ ପଶି ତାଙ୍କ ସହିତ ବଳପୁର୍ବକ ଦୁଷ୍କର୍ମ କରିଥିଲା । ମହିଳା ପୀଡିତା ଜଣକ କହିଛନ୍ତି ଯେ, ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲା ଅଭିଯୁକ୍ତ ଘର ମାଲିକ । ଏହାପରେ ସେ ଫେରାର୍ ହୋଇଯାଇଥିଲା ।

ଏହାବ୍ୟତୀତ ଘର ମାଲିକଙ୍କ ପୁଅ ମହିଳାଙ୍କ ୧୨ ବର୍ଷର ଝିଅ ସହିତ ବି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସେ ଏନେଇ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି । ପୋଲିସ୍ ଏହି ମାମଲାର ତଦନ୍ତ କରୁଛି । ଅଭିଯୁକ୍ତ ଘର ମାଲିକ ଓ ତାର ପୁଅ ଏବେ ଫେରାର୍ ହୋଇଯାଇଛନ୍ତି । ସେମାନଙ୍କୁ ପୋଲିସ୍ ବର୍ତ୍ତମାନ ଖୋଜୁଛି ।

Get real time updates directly on you device, subscribe now.