ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ, ଚାଲିଗଲା ଯୁବକଙ୍କ ଜୀବନ
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ । ସରଣ୍ଡା ଜଙ୍ଗଲ ସଂଲଗ୍ନ ବଲିବା ଗାଁରେ ଘଟିଛି ଏହି ବିସ୍ଫୋରଣ ।
ସୁନ୍ଦରଗଡ଼: ସରଣ୍ଡା ଜଙ୍ଗଲ ସଂଲଗ୍ନ ବଲିବା ଗାଁରେ ବିସ୍ଫୋରଣ । ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ସିମାନ୍ତରୁ ମାତ୍ର 25 କିମି ଦୂରରେ ଥିବା ସରଣ୍ଡା ଜଙ୍ଗଲ ସଂଲଗ୍ନ ବଲିବା ଗାଁରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ବଲିବା ଗାଁର 30 ବର୍ଷୀୟ ସାଉବାରଚ ।
ସୂଚନାମୁତାବକ, କାଠ ପାଇଁ ଯୁବକ ଜଣକ ଆଜି ସକାଳୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରୁ ଫେରିବା ବେଲେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ତାଙ୍କ ଦୁଇଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ବାଲିବାରେ ଥିବା ସିଆରପିଏଫ୍ ଯବାନମାନେ ତାଙ୍କୁ ଚିକିତ୍ସା ପାଇଁ ମନୋହରପୁର ସ୍ଥିତ ଏକ ସରକାରୀ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠି ଗୁରୁତର ଯୁବକଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ତେବେ ଯବାନଙ୍କ ଟାର୍ଗେଟ କରି ମାଓବାଦୀ ଏହି ଲ୍ଯାଣ୍ଡମାଇନ ଖଞ୍ଜିଥିବା କହିଛନ୍ତି ଚାଇଁବାସା ଏସପି ରାକେଶ ରଞ୍ଜନ ।