fbpx

ବାଲିଗୁଡାରେ ଭୁସ୍ଖଳନ: ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

Advertisement

ବିଲିଗୁଡା: ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ବିପତ୍ତି ଦେଖା ଦେଇଛି ।ବନ୍ୟା କାରଣରୁ ଏକର ଏକର ଚାଷ ଜମି ନଷ୍ଟ ହେବା ସହ ଅନେକ ଲୋକ ପାଣି ଘେରରେ ରହିଛନ୍ତି । ଏହାରି ମଧ୍ୟରେ ଲଗାଣ ବର୍ଷା ହେତୁ ବାଲିଗୁଡାର ରାଇକିଆ-କରଡା ରାସ୍ତାରେ ହୋଇଛି ଭୁସ୍ଖଳନ । ସେହିପରି ମାଲାଗୁଡା ଘାଟିରେ ଭୁସ୍ଖଳନ ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି । ତେବେ ଏହି ଭୁସ୍ଖଳନରେ ୪ ଟି ପଞ୍ଚାୟତ ପ୍ରଭାବିତ ହେବା ସହ ସେଠାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।ଏହି ୪ଟି ପଞ୍ଚାୟତ ହେଉଛି ଇନ୍ଦ୍ରଗଡ, କରଡା, ରଣବା, ବଡବାରବା ।

ଅନ୍ୟପକ୍ଷେ ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନର ବେଗ ୬୦ କି.ମି ରହିପରେ । ତେବେ ଢେଙ୍କାନାଳ, ନୟାଗଡ ଓ ଗଜପତିରେ ପବନର ବେଗ ବଢିପାରେ ବୋଲି ସୂଚନା ଦେଲେ ଏସ୍ ଆର୍ ସି ।

 

Get real time updates directly on you device, subscribe now.