ଏମିତି ନକଲେ ଲ୍ୟାପଟପ୍ ଦେଇଦେବ ଧୋକା, ଅଧିକ ଦିନ ବ୍ୟବହାର ପାଇଁ ଏହି ଟିପ୍ସକୁ ଆପଣାନ୍ତୁ
ଲ୍ୟାପଟପର କେମିତି ଯତ୍ନ ନେଲେ, ଚାଲିବ ଅଧିକ ଦିନ, ଜାଣନ୍ତୁ
ଓଡ଼ିଶା ଭାସ୍କର: ପାଠ ପଢାଠାରୁ ଆରମ୍ଭ କରି ଅଫିସ୍ କାମ ପର୍ଯ୍ୟନ୍ତ, ଲ୍ୟାପଟପ ଅନେକ ଆବଶ୍ୟକତାକୁ ପୂରଣ କରିଥାଏ । ଅନେକ ଲୋକେ କାମ ସହ ମନୋରଞ୍ଜନ ପାଇଁ ମଧ୍ୟ ଏହାର ବ୍ୟବହାର କରିଥାଆନ୍ତି । ତେବେ ଲ୍ୟାପଟପକୁ ଅନେକ ଦିନ ପର୍ଯ୍ୟନ୍ତ ଚଲାଇବା ପାଇଁ କିଛି ଟିପ୍ସ ଫଲୋ କରିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ଏହି ବିଷୟରେ..
ଫିଜିକାଲ ଡ୍ୟାମେଜ: ଯଦି ଆପଣ ଲ୍ୟାପଟପକୁ ଦୂର ସ୍ଥାନ ଯାତ୍ରାରେ ନେଉଛନ୍ତି ତେବେ ଆପଣ ଏଥିପାଇଁ ଏକ ଭଲ ଲ୍ୟାପଟପ ବ୍ୟାଗ ନେଇ ଯାଆନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଲ୍ୟାପଟପ୍ ସୁରକ୍ଷିତ ରହିବ ଏବଂ ଫିଜିକାଲ ଡ୍ୟାମେଜ ହେବ ନାହିଁ ।
ଲିକ୍ୱିଡ ଠାରୁ ଦୂରେଇ ରଖନ୍ତୁ: କିଛି ଲୋକେ କାମ କରିବା ସମୟରେ ଲ୍ୟାପଟପରେ ଚାହା ଏବଂ କିଛି ଜୁସକୁ ଢାଳିଦେଇଥାଆନ୍ତି । ଏଥିରେ ଲ୍ୟାପଟପର ଇଣ୍ଟରନାଲ ପୋର୍ଟସ ଖରାପ ହୋଇଯାଇଥାଏ । ଏଥିପାଇଁ ଯେକୌଣସି ପ୍ରକାରର ଲିକ୍ୱିଡକୁ ଲ୍ୟାପଟପ ଠାରୁ ଦୂରେଇ ରଖନ୍ତୁ ।
ଗରମ ତାପମାନରେ ବ୍ୟବହାର କରନ୍ତୁନି: ଓଭର ହିଟିଂର ପ୍ରଭାବ ଲ୍ୟାପଟପର ବ୍ୟାଟେରୀ ଉପରେ ପଡିଥାଏ । ଏଥିପାଇଁ ସର୍ବଦା କାମ କରିବା ସମୟରେ ତାପମାନ ଥଣ୍ଡା ରଖିବାକୁ ଚେଷ୍ଟା କରନ୍ତୁ । ଏଥିପାଇଁ କୁଲିଂ ପ୍ୟାଡର ମଧ୍ୟ ବ୍ୟବହାର କରନ୍ତୁ ।
ମାଲୱେୟାର ଏବଂ ଭାଇରସଠାରୁ ଦୂରେଇ ରଖନ୍ତୁ: ମାଲୱେୟାର ଏବଂ ଭାଇରସ ଡାଟା ଚୋରି ସହ ଲ୍ୟାପଟପ ଚାଲିବାକୁ ଧିମା କରିଥାଏ । ଭାଇରସ କାରଣରୁ ଲ୍ୟାପଟପ ହଠାତ୍ ବନ୍ଦ ହୋଇଯାଇପାରେ ।
ସଫ୍ଟୱେୟାରକୁ କରନ୍ତୁ ଅପଡେଟ୍: ଲ୍ୟାପଟପ କିମ୍ବା ଫୋନ ସମେତ ଯେକୌଣସି ଡିଭାଇସର ସଠିକ ବ୍ୟବହାର ପାଇଁ ସର୍ବଦା ସଫ୍ଟୱେୟାର ଅପଡେଟ କରନ୍ତୁ । ଏଥିପାଇଁ ନିୟମିତ ଭାବେ ନିଜ ଡିଭାଇସକୁ ଅପଡେଟ କରନ୍ତୁ । ଏଥିରେ ନୂଆ ଫିଚର ମିଳିବା ସହ ବଗ୍ସରେ ହେଉଥିବା ବିପଦ ମଧ୍ୟ ଦୂରେଇ ଯାଏ ।