fbpx

ରାଜ୍ୟରେ ଚାଲିଛି ଶେଷ ପର୍ଯ୍ୟାୟ ଭୋଟ୍ : ଜାଣନ୍ତୁ ଦିନ ୩ଟା ସୁଦ୍ଧା କେତେ ପ୍ରତିଶତ ମତଦାନ ?

ଭୁବନେଶ୍ୱର : ରାଜ୍ୟରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ୍ । ଦିନ ୩ଟା ସୁଦ୍ଧା ରାଜ୍ୟରେ ହୋଇଛି ୪୯.୭୭ ପ୍ରତିଶତ ମତଦାନ । କିଛି ସ୍ଥାନରେ ସୁରୁଖୁରରେ ମତଦାନ ଚାଲିଥିଲା ବେଳେ ଅନ୍ୟକିଛି ସ୍ଥାନରେ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଛି । ବାଲେଶ୍ୱରରେ ୫୪.୦୪ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୪୬.୩୩%, ଜଗତସିଂପୁରରେ ୫୨.୫୨%, ଯାଜପୁରରେ ୪୮.୮୦%, କେନ୍ଦ୍ରାପଡାରେ ୪୬.୪୬%, ମୟୂରଭଞ୍ଜରେ ୫୧.୦୩ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱରରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ରହିଛି ।

ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି । ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୬ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ୪୨ଟି ବିଧାନସଭା ଆସନ ପାଇଁ ଚାଲିଛି ଫାଇଟ୍ । ‘ନିର୍ବାଚନର କ୍ଲାଇମାକ୍ସ’ରେ ମୋଟ ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବଂ ଭବିଷ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ୨୦୨୪ ରାଜନୀତି ଲଢେଇର ଅନ୍ତିମ ପର୍ଯ୍ୟାୟରେ ୬୬ ଜଣ ଲୋକସଭା ପ୍ରାର୍ଥୀ ଏବଂ ୩୯୪ ଜଣ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟର ନିଜ ମତଦାନ କରୁଛନ୍ତି ।

Get real time updates directly on you device, subscribe now.