fbpx
BSKY SKY
BSKY SKY

ଚିରନିଦ୍ରାରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର୍

BSKY

ମୁମ୍ବାଇ: ନୀରବି ଗଲେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର୍ । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଜାତୀୟ ଗଣମାଧ୍ୟମରୁ ଲତାଙ୍କ ମୃତ୍ୟୁକୁ ନେଇ ଖବର ପ୍ରକାଶ ପାଇଛି । ସଞ୍ଜୟ ରାଉତଙ୍କ ଟୁଇଟ୍ କୁ ଆଧାର କରି ଏହି ଖବର ପ୍ରକାଶ ପାଇଛି । ଶିବସେନା ସାଂସଦ ସଞ୍ଜୟ ରାଉତ ଲତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଆଜି ସକାଳ ୮ଟା ୧୨ ମିନିଟ୍ ରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି । ମୁମ୍ବାଇର ବ୍ରିଚ୍ କ୍ୟା୍ଡି ହସ୍ପିଟାଲରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇଆସୁଥିଲେ । ତେବେ ଆଜି ସେ ଆଖି ବୁଜିଛନ୍ତି । ବର୍ତ୍ତମାନ ହସ୍ପିଟାଲ ସାମନାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଭେଣ୍ଟିଲେଟର୍ ରେ ରଖାଯାଇଥିଲା । ପ୍ରାୟ ୨୯ ଦିନ ଧରି ତାଙ୍କୁ ଭେଣ୍ଟିଲେଟର୍ ରେ ରଖାଯାଇଥିଲା ।

ସୁଚନାଯୋଗ୍ୟ, ଜାନୁଆରୀ ୮ ତାରିଖରେ ଲତା ମଙ୍ଗେସକର୍ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ଆଇସିୟୁରେ ତାଙ୍କୁ ରଖାଯାଇଥିଲା । ସେ ସମୟରେ ତାଙ୍କର କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଇଥିଲା । ହେଲେ ପରେ ସ୍ୱାସ୍ଥ୍ୟାବସ୍ଥାରେ ତାଙ୍କର ଅବନତି ଘଟିଥିଲା । ତେଣୁ ଭେଣ୍ଟିଲେଟର୍ ରେ ନେଇ ରଖାଯାଇଥିଲା । ତେବେ କୋଭିଡ୍ ସହିତ ନିମୋନିଆରେ ମଧ୍ୟ ପୀଡ଼ିତ ଥିଲେ ଲତା ।

ଲତାଙ୍କ ବିୟୋଗରେ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଶୋକ ପ୍ରକାଶ କରିଛନ୍ତି । ସେ ଭାରୀତ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହା ବ୍ୟତୀତ ପଦ୍ମ ଭୁଷଣ, ପଦ୍ମ ବିଭୁଷଣ ଓ ଦାଦା ସାହେବ ଫାଲକେ ଆୱାର୍ଡ ଦ୍ୱାରା ପୁରସ୍କୃତ ହୋଇଥିଲେ ଲତା ।

Get real time updates directly on you device, subscribe now.