fbpx

ନିଜ ବାପାଙ୍କ ପରି ଆଖି ଦାନ କଲେ ଦିବଙ୍ଗତ ଅଭିନେତା ପୁନିତ୍

ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ ଅଭିନେତା ପୂନିତ ରାଜକୁମାରଙ୍କର ଅକ୍ଟୋବର ୨୯ ତାରିଖରେ ଅଚାନକ ନିଧନ ହୋଇଯାଇଛି । ଏହାପରେ ଫ୍ୟାନ୍ସ ଓ ସାଉଥ୍-ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ୪୬ ବର୍ଷରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଯାଇଛି । ଫିଟନେସ୍ ଫ୍ରିକ୍ କୁହାଯାଉଥିବା ପୁନିତ୍ ଜିମ୍ ରେ ଦୁଇ ଘଣ୍ଟା ଏକ୍ସରସାଇଜ୍ କରିବା ପରେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମାନେ ତାଙ୍କୁ ଲଗାତର ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ରହିଥିଲେ ।

ତେବେ ପୁନିତ ନିଜ ବାପାଙ୍କ ପରି ଆଖି ଦାନ କରିଛନ୍ତି । ଅଭିନେତା ଡା. ରାଜକୁମାର ୧୯୯୪ରେ ନିଜେ ପୂରା ପରିବାରର ଆଖି ଦାନ କରିବା ନେଇ ନିଷ୍ପତ୍ତି ନେଇଥିଲେ । ଡା. ରାଜକୁମାର ୨୦୦୬ ମସିହାରେ ହୃଦଘାତରେ ପ୍ରାଣ ହରାଇଥିଲେ ।

ସୂଚନାଯୋଗ୍ୟ, ରାଜକୁମାରଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ପାଇଁ ଅନେକ ସଂଖ୍ୟାରେ ଲୋକ ସଦାଶିବନଗର ସ୍ଥିତ ଘର ବାହାରେ ଏବଂ କାନ୍ତିରବା ଷ୍ଟାଡିୟମ୍ ରେ ରୁଣ୍ଡ ହୋଇଛନ୍ତି । ରାଜକୁମାରଙ୍କ ପାର୍ଥିବ ଶରୀରକୁ ଲୋକମାନେ ଦର୍ଶନ କରିବା ପାଇଁ ଷ୍ଟାଡିୟମ୍ ରେ ରଖାଯାଇଛି । ତେଣୁ ଏହି ସମୟରେ କିଛି ଲୋକ ମଦ ପିଇ ସହରର ଶାନ୍ତି ଶୃଙ୍ଖଳା ବିଗାଡ଼ିବାର ଆଶଙ୍କା ରହିଛି । ତେଣୁ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଓ ସହରର ସବୁ ମଦ ଦୋକାନକୁ ବନ୍ଦ କରିଦିଆଯାଇଛି ।

 

Get real time updates directly on you device, subscribe now.