କାହା ପାଖରେ ରହିବ ଅତୁଲଙ୍କ ପୁଅ? ହଷ୍ଟେଲରେ ଏକୁଟିଆ ଦିନ କାଟୁଛି ୪ ବର୍ଷର ପିଲା

ନାତି ପାଇଁ ଜେଜେ ମା’ଙ୍କୁ ଅଜଣା ବୋଲି କହିଲେ ସୁପ୍ରିମକୋର୍ଟ । ଆସନ୍ତା ୨୦ରେ ଜଣାପଡ଼ିବ କାହାକୁ ମିଳିବ ଅତୁଲଙ୍କ ପୁଅ କଷ୍ଟଡି ।

ନୂଆଦିଲ୍ଲୀ: ମୃତ ଏଆଇ ଇଞ୍ଜିନିୟର୍ ଅତୁଲ ସୁଭାଷଙ୍କ ପୁଅର ଠିକଣା ପାଇଛି ପୋଲିସ । ହରିୟାଣା ଫରିଦାବାଦସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଅତୁଲଙ୍କ ଚାରି ବର୍ଷର ପୁଅକୁ ଲୁଚେଇ ରଖିଛନ୍ତି ନିକିତା । ବୋର୍ଡିଂ ସ୍କୁଲ ହଷ୍ଟେଲରେ ଅତୁଲଙ୍କ ପୁଅ ରହିଥିବାନେଇ ସ୍କୁଲର ପ୍ରିନ୍ସିପାଲ ପୋଲିସକୁ ଏକ ଚିଠି ଜରିଆରେ କହିଛନ୍ତି ।

ଶୀତଛୁଟିରେ ସମ୍ପୂର୍ଣ୍ଣ ସ୍କୁଲ , ହଷ୍ଟେଲ ଖାଲି ପଡ଼ିଥିବାବେଳେ ଅତୁଲଙ୍କ ପୁଅ ପାଇଁ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ନାତିର କଷ୍ଟଡି ପାଇଁ ଅତୁଲଙ୍କ ମା’ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ବୋର୍ଡିଂ ସ୍କୁଲରେ ସିଙ୍ଗଲ ପ୍ୟାରେଣ୍ଟର ପରିଚୟ ଦେଇ ନିକିତା ପୁଅର ଆଡମିଶନ କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ବର୍ତ୍ତମାନ ତାଙ୍କ ପୁଅ ବୋଡିଂ ସ୍କୁଲରେ ନର୍ସରୀ କ୍ଲାସରେ ପାଠ ପଢ଼ୁଛି ।

 ଜେଜେ ମାଙ୍କୁ ମିଳି ନ ପାରେ ନାତି: ଅନ୍ୟପଟେ ୬ର୍ବେରୁ କମ୍ ବୟସର ପିଲାକୁ ବୋର୍ଡିଂ ସ୍କୁଲରେ ନାମ ଲେଖାଇବା ଆଇନସଙ୍ଗତ ନୁହେଁ ବୋଲି କହିଛନ୍ତି କୋର୍ଟ ।

ମାମଲାର ଶୁଣାଣୀ ପାଇଁ ସୁପ୍ରିମକୋର୍ଟରେ ଗଠିତ ବେଞ୍ଚ ଅତୁଲଙ୍କ ମା’ଙ୍କୁ ପିଲା ପାଇଁ ଅଜଣା ବୋଲି କହିଛନ୍ତି । କିନ୍ତୁ ପ୍ରତିରକ୍ଷାରେ ତାଙ୍କ ଓକିଲ କହିଛନ୍ତି ଯେ, ପିଲା ସହ ତାଙ୍କ ଜେଜେମା’ଙ୍କ ଫଟୋ ରହିଛି । ସେ ସମୟରେ ପିଲାକୁ ୨ ବର୍ଷ ହୋଇଥିଲା । ନିକିତା ଏବେ ପୋଲିସ ହେପାଜତରେ ଅଛନ୍ତି । ଜାମିନ୍ ପାଇଁ ଟ୍ରାଏଲ ଚାଲିଥିବା କାରଣରୁ ସେ ଏବେ ବେଙ୍ଗାଲୁରୁରେ ।

ଅତୁଲଙ୍କୁ ମିଳୁଥିଲା ନିର୍ଯାତନା:  ବର୍ତ୍ତମାନ ସୁଦ୍ଧା କେସର କୌଣସି ଫୈସଲା ଆସିପାରି ନ ଥିବାବେଳେ ଏ ନେଇ ଆସନ୍ତା ଶୁଣାଣୀ ୨୦ ତାରିଖରେ କରାଯିବ । ସେ ପର୍ଯ୍ୟନ୍ତ ଅତୁଲଙ୍କ ପୁଅ ହଷ୍ଟେଲରେ ରହିବ ବୋଲି କୁହାଯାଉଛି ।

୨୦୧୯ ଅତୁଲ ଓ ନିକିତା ବିବାହ କରିଥିଲେ । ୨୦୨୧ରେ ହୋଇଥିଲା ପୁଅ ଜନ୍ମ । ୨୦୨୨ରେ ସ୍ୱାମୀଙ୍କୁ ଛାଡ଼ି ଚାଲିଆସିଥିଲେ ନିକିତା । ଶଶୁର ଘର ନିର୍ଯ୍ୟାତନା ଦେବା ନେଇ କରିଥିଲେ ମାମଲା । ଡିଭୋର୍ସ ପାଇଁ ନିିକତା ୩ କୋଟି ଟଙ୍କା ଦାବି କରୁଥିବାବେଳେ ମିଛ କେସ୍ ପାଇଁ ଅତୁଲ ଏବଂ ତାଙ୍କ ପରିବାର ହଇରାଣ ହେଉଥିବାରୁ ସେ ଆତ୍ମହତ୍ୟା କରିଥିବା ଭିଡିଓ ଓ ଚିଠିରେ ଲେଖିଥିଲେ ।