fbpx

ଲେଟ୍ ନାଇଟ୍ ଯାଏ TV କି ମୋବାଇଲ ଦେଖୁଥିଲେ ସାବଧାନ ! ହୋଇପାରେ ଏହି ସାଙ୍ଘାତିକ ରୋଗ

Advertisement

ଆଜିକାଲି ଲୋକଙ୍କ ଶୋଇବା ସମୟ ଧିରେ ଧିରେ କମି ଗଲାଣି । ସହରବାସୀଙ୍କର ତ ଶୋଉ ଶୋଉ ୧୨ଟା ପାର୍ । କିଏ ମୋବାଇଲ୍, ଟିଭି ଦେଖି ବିଳମ୍ୱରେ ଶୋଉଛି, ତ ଆଉ କିଏ ଅଫିସ୍ କାମ ସାରି । ତେବେ ବିଳମ୍ୱରେ ଶୋଇବା ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ନିୟମିତ ବିଳମ୍ୱିତ ରାତି ଯାଏ ଉଜାଗର ରହିବା ଯୋଗୁଁ ଧିରେ ଧିରେ ଅନେକ ରୋଗ ମାଡ଼ିବସେ ।

ସୁସ୍ଥ ରହିବା ପାଇଁ ଜଣେ ଅତି କମ୍ରେ ୭ରୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ । ଏହାଠାରୁ କମ୍ ସମୟ ଶୋଉଥିବା ଲୋକଙ୍କୁ ଅକାଳରେ ଅନେକ ରୋଗ ମାଡ଼ିବସେ । ତେବେ ୮ ଘଣ୍ଟା ଶୋଇବା ପାଇଁ ସକାଳେ ଅଧିକ ସମୟ ଶୋଇ ରହିବା ମଧ୍ୟ ଠିକ୍ ନୁହେଁ । ଏଥିଯୋଗୁଁ ମଧ୍ୟ ସ୍ୱାସ୍ଥ୍ୟ ବିଗିଡ଼ିପାରେ ।

 

ଯେପରି ରାତିରେ ଅଧିକ ସମୟ ଉଜାଗର ରହିଲେ ମେଟାବଲିଜିମ୍ ସ୍ଲୋ ହୋଇଯାଏ, ସେହିଭଳି ସକାଳେ ଅଧିକ ସମୟ ଶୋଇରହିଲେ ଏହି ସମସ୍ୟା ଦେଖାଦେଇଥାଏ । କେବଳ ସେତିକି ନୁହେଁ, ରାତିରେ ଅଧିକ ସମୟ ଚେଇଁଲେ ଜଣେ ମେଦବହୁଳତାରେ ଆକ୍ରାନ୍ତ ହୋଇପାରନ୍ତି । ରାତିରେ ଅଧିକ ସମୟ ଅନିଦ୍ରା ରହୁଥିବା ଲୋକେ ସକାଳେ ଶୋଇ ରହିଥାନ୍ତି । ଫଳରେ ଏହାର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ ।

ଏଥିଯୋଗୁଁ ଜଣେ ଚିଡ଼ଚିଡ଼ାପଣ ଓ ବିରକ୍ତଭାବ ବଢ଼ିଥାଏ ଓ କଥା କଥାରେ ଏମାନେ ରାଗିଯାନ୍ତି । ଏଥିଯୋଗୁଁ କାମ ମଧ୍ୟ ପ୍ରଭାବିତ ହୋଇଥାଏ । ସେହିଭଳି ରାତିରେ ଅଧିକ ସମୟ ଉଜାଗର ରହିବାରୁ ପାଚନ ସମ୍ପର୍କୀୟ ସମସ୍ୟା ଦେଖାଦେଇଥାଏ । ଏଥିଯୋଗୁଁ ଏସିଡିଟି, ବଦହଜମୀ, ଅର୍ଶ ଆଦି ସମସ୍ୟା ଦେଖାଯାଇଥାଏ ।

Get real time updates directly on you device, subscribe now.