କଟକ: କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅଫିସ ସମ୍ମୁଖରେ ବିଜେଡି- ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି ।
ଦୁଇ ଦଳୀୟ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହେବା ସହ ପୋଲିସ ସ୍ଥିତିକୁ ଆୟତ୍ତ କରିବା ପାଇଁ ସେଠାରେ ପହଞ୍ଚିଥିଲା । ଯାହାପରେ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା ।
ପୋଲିସ ଅଟକାଇବା କାରଣରୁ ଦଳୀୟ କର୍ମୀ ପୋଲିସ ଉପରକରୁ ଢେଲା ମାଡ଼ କରିଥିଲେ । ଯାହାପରେ ପୋଲିସ ଲାଠି ଚାର୍ଜ କରିଥିଲା । ପରେ ସ୍ଥିତି ସୁଧୁରିଥିଲା ।
ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖବର ମୁତାବକ, ପଞ୍ଚାୟତ ସମିତି ବେହଠକ ବେଳେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନାର ମାହୋଲ ସୃଷ୍ଟି ହୋଇଥିଲା । କର୍ମୀଙ୍କ ଢେଲା ମାଡ଼ରେ ୩ ପୋଲିସ ଅଧିକାରୀ ଗୁରୁତର ଥିବା ସୂଚନା ।
ସ୍ଥାନୀୟ ବିଧାୟକ ରାଜା ସ୍ୱାଇଁ ଘଟଣାକୁ ଘୋର ନିନ୍ଦା କରିଛନ୍ତି।