fbpx

ବିବାଦୀୟ ପରଫ୍ୟୁମ୍ ବିଜ୍ଞାପନକୁ ନେଇ ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ତୁରନ୍ତ ହଟାଇବାକୁ Youtube-twitterକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅନେକ ସମୟରେ ଟିଭି ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି । ଏହି ବିଜ୍ଞାପନକୁ ନେଇ ଅତୀତରେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଛି । ଏବେ ପୁଣି ଏହିପରି ଏକ ବିବାଦୀୟ ବିଜ୍ଞାପନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏକ ଫରଫ୍ୟୁମ୍ କମ୍ପାନୀ ଏହାର ବିଜ୍ଞାପନରେ ରେପ୍ କଲ୍ଚରକୁ ପ୍ରଶୟ ଦେଉଥିବା ନେଇ ଅଭିଯୋଗ ହୋଇଛି ।

ପରଫ୍ୟୁମ କମ୍ପାନୀ ଲେୟର ଶଟ୍ ଏହାର ଦୁଇଟି ବିଜ୍ଞାପନକୁ ନେଇଥ ଉପୁଜିଛି ଏହି ବିବାଦ । ଆଉ ଏହି ବିବାଦକୁ ନେଇ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍ ଏବଂ ଟ୍ୱିଟରରୁ ଏହି ବିଜ୍ଞାପନକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜ୍ଞାପନରେ ଅନେକ ଲୋକ ଆପତ୍ତି ଉଠାଇଛନ୍ତି ଏବଂ ଏହାଦ୍ୱାରା ରେପ୍ କଲ୍ଚରକୁ ପ୍ରଶୟ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ତରଫରୁ କୁହାଯାଯାଇଛି ଯେ ଏହି ବିଜ୍ଞାପନ ନ÷ତିକତା ଏବଂ ଶିଷ୍ଟତା ପାଇଁ ହାନିକାରକ ଏବଂ ଡିଜିଟାଲ ମିଡିଆ ଗାଇଡଲାଇନ୍ସର ଉଲ୍ଲଘଂନ କରୁଛି ।

ଏହା ପୂର୍ବରୁ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତି ମାଲିୱାଲ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଜଣାଇଥିଲେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେ ପରଫ୍ୟୁମର ଏହି ଭଳି ବିଜ୍ଞାପନକୁ ମହିଳାଙ୍କ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ । ସେ କହିଥିଲେ ଶଟ୍ ନାମକ ପରଫ୍ୟୁମ୍ ର ଦୁଇଟି ବିଜ୍ଞାପନ ଭାଇରାଲ ହେଉଛି । ଦୁଇଟି ଯାକ ବିଜ୍ଞାପନରେ ଦିଲ୍ଲୀ ମହିଳା ଆୟୋଗର ଧ୍ୟାନ ଆକର୍ଷଣ କରିବା ସହ କହିଛନ୍ତି ଯେ ‘ଗ୍ୟାଙ୍ଗରେପ’ କଲ୍ଚରକୁ ପ୍ରଶୟ ଦେଉଛି । ସ୍ୱାତି ମାଲୀୱାଲ ମନ୍ତ୍ରାଳୟ ପତ୍ର ଲେଖିବା ସହ ଦିଲ୍ଲୀ ପୋଲିସରେ ମଧ୍ୟ ଏହାର ଅଭିଯୋଗ କରିଛନ୍ତି ଏବଂ ଏହି ମାମଲାରେ ଏଫଆଇଆର ରୁଜୁ କରିବା ସହ ୯ ଜୁନ୍ ସୁଦ୍ଧା ଆକ୍ସନ ରିପୋର୍ଟ ମାଗିଛନ୍ତି ।

ଏହାସହ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଲେଖିଥିବା ପତ୍ରରେ ସ୍ୱାତି ମାଲୀୱାଲ ବିଜ୍ଞାପନକୁ ସୋସିଆଲ ମିଡିଆରେ ବ୍ୟାନ୍ କରିବା ଏବଂ ପରଫ୍ୟୁମ୍ ତିଆରି କରୁଥିବା କମ୍ପାନୀ ଉପରେ ଜରିମାନା ଲଗାଇବାପାଇଁ ଦାବି କରିଛନ୍ତି ଯେପରି ଭବିଷ୍ୟତରେ ଏହି ଭଳି କୌଣସି ବିଜ୍ଞାପନ ଠାରୁ କମ୍ପାନୀ ମାନେ ଦୂରରେ ରହିବେ । ଦିଲ୍ଲୀ ମହିଳା ଆୟୋଗ ଏହା ମଧ୍ୟ କହିଛି ଯେ କେନ୍ଦ୍ର ସରକାର ଏକ ସିଷ୍ଟମ ତିଆରି କରନ୍ତୁ ଯେମିତି ଏହି ବିଜ୍ଞାପନ ଉପରେ ପ୍ରଥମରୁ ହିଁ ନଜର ରଖାଯାଇପାରିବ ।

Get real time updates directly on you device, subscribe now.